ତପନ କୁମାର ସାହୁଙ୍କ କବିତା : ଏ ପ୍ରେମ

କହିତ ହୁଏନା ସହି ବି ହୁଏନା
ଏ ପ୍ରେମ ଭାରି ନିର୍ଦୟ
କେବେ ବୁଝିହୁଏନା….. ।

ଆସିଚାଲିଯାଏ ବସନ୍ତ ଟା କେବେ
ଆଖି ଲୁହ ଲୁଚି ରୁହେନା
ଏ ପ୍ରେମ ଭାରି ନିରୀହ
କେବେ ବଞ୍ଚି ପାରେନା ।

ଜଳେ ନିତି ହୃଦୟଟା ଶ୍ରବଣେ ଲିଭେନା
ସୃତି ଆସି ଛୁଇଁ ଯାଏ
କେବେ କା ଆଗେ କହି ହୁଏନା
ଏ ପ୍ରେମ ଭାରି ସନ୍ଧେହ
ବିଶ୍ୱାସ ନାହିଁତ ଜମା ।

ସହର ସୁନ୍ଦରୀ କୃଷ୍ଣଚୂଡ଼ା ଫୁଲ
ମୌସମୀ ଘାତେ ହୁଏ କଲବଳ
ମୌସମୀ କେବେ ତାର ଦୁଃଖ ବୁଝେନା
ଏ ଜହ୍ନ ଆଉ ଅଣେନା ଜୋଛନା
ଏ ପ୍ରେମ ଲୁହର ନଇଁ
ଲଙ୍ଘି ହୁଏନା କେବେ ଲଙ୍ଘି ହୁଏନା ।

ଆସେ ମେଘ ନେଇ ବରଷା କେବେ ମନ ଭିଜେନା
ଶୁଖି ଯାଇ ହଜି ଯାଏ ସେ ପ୍ରିତିବାସନା
ଏ ପ୍ରେମ ଭାରି କୋମଳ
କେବେ ତିଷ୍ଠି ପାରେନା ।

ଫଗୁଣ ସଞ୍ଜରେ ପ୍ରୀତି ମଦିରାର
ଭିଜିବାଟା ହେଲା ଭୁଲ
କହିବାକୁ କିଛିନାହିଁ ଆଉ ବିଲକୁଲ
ମତୁଆଲି ହୋଇ ଆଉ ଭଅଁର ଛୁଁଏନା
ଏ ପ୍ରେମ ଭାରି କଷ୍ଟ
କେବେ କହି ହୁଏନା କେବେ ସହି ହୁଏନା ।

ସମାଜ ଶିକୁଳି ବେଡି ପଡ଼ିଯାଏ
ପ୍ରେମର ପହିଲି ଚିଠିରେ
କଳଙ୍କର ଦାଗ ଲିଭିଗଲା ପରେ
ଜହ୍ନ ବି ଜୋଛନା ଛୁଁଏନା
ଏ ପ୍ରେମ ଏତିକି ଲୋଭ
ବଞ୍ଚି ଥାଉ ଥାଉ ମାରିଦିଏ
ଓଠ କହି ପାରେନା
ଏ ପ୍ରେମ ଭାରି ନିରୀହ କେବେ
ବଞ୍ଚିପାରେନା
ଏ ପ୍ରେମ ଭାରି ସନ୍ଧେହ ବିଶ୍ୱାସ ନାହିଁତ ଜମା ।

 

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published.

error: You are not allowed to copy this content. Thank you.