ନୂଆପଡାରେ ପଲ୍ଲୀଶ୍ରୀ ମେଳା (Visual News)

ନୂଆପଡା,୧୪/୨:  ସ୍ଥାନୀୟ ମିନି ଷ୍ଟାଡିୟମ ଠାରେ ଓରମାସ, ପଞ୍ଚାୟତି ରାଜ ଓ ପାନୀୟ ଜଳ ବିଭାଗ ଓଡିଶା ସରକାର ଏବଂ ଜିଲ୍ଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ ଆୟୋଜିତ ପଲ୍ଲିଶ୍ରୀ ମେଳା ଆରମ୍ଭ ହୋଇଛି । ଉଦଘାଟନୀ ଉତ୍ସବରେ ଅତିରିକ୍ତ ଜିଲ୍ଲାପାଳ ସୀତାରାମ ପଟେଲ, ଜିଲ୍ଲା ପ୍ରକଳ୍ପ ନିର୍ଦେଶକ ଵୃଷବ ଚନ୍ଦ୍ର ନାୟକ, ନୂଆପଡା ବିଧାୟକ ତଥା ବିଜେପି ଓଡିଶା ରାଜ୍ୟ ସଭାପତି ବସନ୍ତ କୁମାର ପଣ୍ଡା ମୂଖ୍ୟ ଅତିଥି ଭାବେ ଯୋଗ ଦେଇ ଥିଲା ବେଳେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ନମିତା ପ୍ରଧାନ, ନୂଆପଡା ବ୍ଲକ ଚେୟାରମେନ ତରେଶ୍ୱରୀ ସାହୁ, କୋମନା ବ୍ଲକ ଅଧ୍ୟକ୍ଷ ମନୋଜ ମିଶ୍ର ପ୍ରମୁଖ ସମ୍ମିନୀତ ଅତିଥି ରୂପେ ଯୋଗ ଦେଇ ଥିଲେ ।

ନୂଆପଡା ଜିଲ୍ଲା ଓକିଲ ସଙ୍ଘ ସଭାପତି ପ୍ରସନ୍ନ କୁମାର ପାଢ଼ୀ, ଅଶ୍ୱିନୀ ପାଣିଗ୍ରାହୀ, ଅଭିନନ୍ଦନ ପଣ୍ଡା, ଧନୀ ସାହୁ ଓ ପ୍ରଶାସନିକ ଅଧିକାରୀ ଙ୍କ ମଧ୍ୟରୁ ଜିଲ୍ଲା କୋଷାଗାର ଆଧିକାରୀ ସଂଗ୍ରାମ କେଶରୀ ସାମନ୍ତରାୟ, ଜିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀମତୀ ସନ୍ଧ୍ୟା ମାଝୀ, ସିଡିଏମଓ ଶ୍ରୀମତୀ ପ୍ରଭାସିନୀ ବ୍ରହ୍ମ ପ୍ରମୁଖ ଉପସ୍ଥିତ ଥିଲେ । ସିମାଞ୍ଚଳ ମହାପାତ୍ର ମଞ୍ଚ ପରିଚାଳନା କରିଥିଲେ ।

ଜିଲ୍ଲାର ବିଭିନ୍ନ ବିଭାଗର ଗୋଟିଏ ଲେଖାଏଁ ଷ୍ଟଲ ଲାଗି ଥିଲା ଯାହା ଜନସାଧାରଣଙ୍କ ପାଇଁ ସଚେତନତା ବାର୍ତା ସଦୃଶ୍ୟ ଥିଲା । ଏହି ମେଳାରେ ଓଡିଶା ତଥା ଓଡିଶା ବାହାରୁ ଅନେକ କୁଟୀର ଶିଳ୍ପ ଯେପରି ସମ୍ବଲପୁରୀ ଶାଢ଼ୀ, ହାତ ତିଆରି ନାନାଦି ଫଳକ, ଗାଁର କ୍ଷୁଦ୍ର ଶିଳ୍ପ ଯେପରି ହଳଦୀ, ବଡି ଓ ଅନ୍ୟାନ୍ୟ ସାମଗ୍ରୀ ସବୁ ଲୋକେ ଷ୍ଟଲ ରୁ ଷ୍ଟଲ ବୁଲି ଦେଖୁଛନ୍ତି ଓ ମନ ଲାଖି ଜିନିଷ ସବୁ କିଣୁଛନ୍ତି । ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ସବୁର ଆୟୋଜନ କରାଯାଇଛି ଓ ଦର୍ଷକ ଏହାକୁ ମନଭରି ଉପଭେଗ କରୁଛନ୍ତି । ଏହି ସାଂସ୍କୃତିକ କାର୍ଯ୍ୟକ୍ରମର ମଞ୍ଚ ପରିଚାଳନା କରିଥିଲେ ଶଙ୍କର୍ଷଣ ପୁରୋହିତ ।

ଉଦଘାଟନୀ ଉତ୍ସବର ସାଂସ୍କୃତିକ କାର୍ଯ୍ୟକ୍ରମରେ ବିଶିଷ୍ଟ ନୃତ୍ୟାଙ୍ଗନା ସଂଚିତା ମହାନ୍ତି, ତିତଲୀ ମିଉଜିକ ସ୍କୁଲର ଦିଗବିଜୟ ବାଗ, ପରସଦା ସେବାଶ୍ରମ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ଓ ଅନେକ ସ୍ଥାନୀୟ କଳାକାର ମାନେ ଭାଗ ନେଇ ଥିଲେ । ଏହି ମେଳା୫  ଦିନ ଧରି ଚଳିବ ଓ ୧୭ ତାରିଖରେ ସମାପନ ହେବ ବୋଲି ସ୍ଥିର କରାଯାଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।

ନୂଆପଡାରୁ ମହେନ୍ଦ୍ର କୁମାର ବାଗ(ରାହୁଲ)ଙ୍କ ରିପୋର୍ଟ odiabarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published.

error: You are not allowed to copy this content. Thank you.