ଫୋକସରେ ୨୦୧୯ ନିର୍ବାଚନ
. ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ କଡା ସମାଲୋଚନା
ନୂଆପଡା,୧୪/୨: ନୂଆପଡା ଆମ ଆଦମୀ ପାର୍ଟି ଅଫିସ ଠାରେ ଆଜି ଜିଲ୍ଲା ସ୍ଥରୀୟ କର୍ମକର୍ତ୍ତା ସମ୍ମିଳନୀ ଅନୁଷ୍ଠିତ ହୋଇ ଯାଇଛି । ଆମ ଆଦମୀ ପାର୍ଟି ଓଡିଶା ରାଜ୍ୟ ସମ୍ପାଦକ ଅଂଶୁମାନ ଶତପଥୀଙ୍କ ହି ସଭାପତିତ୍ୱରେ ଆୟୋଜିତ ଏହି ସମ୍ମଳନୀରେ ଓଡିଶା ରାଜ୍ୟ ଆବାହକ ନିଶିକାନ୍ତ ମହାପାତ୍ର ଓ ପୂର୍ବତନ ଲୋକ ସଭା ସାଂସଦ ଏ. ଭି ସ୍ୱାମୀ ଙ୍କ ସୁପୁତ୍ର ସୁରେଶ ଆଚାରି ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଥିଲେ । ଜିଲ୍ଲା ସଭାପତି ରଙ୍ଗାଧର ମାଝୀ ଓ ଜିଲ୍ଲା ଯୁବ ସଭାପତି ହିତେଶ ପାଣ୍ଡେ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଥିଲେ । ଏହି ବୈଠକ ରେ ସମସ୍ତ ବ୍ଲକ ପ୍ରମୁଖ ଓ ବୁଥ କମିଟି ସଭ୍ୟ ମାନେ ଯୋଗ ଦେଇ ଥିଲେ । ଆଗାମୀ ଦିନରେ ନୂଆପଡା ଜିଲ୍ଲାରେ ସାଧାରଣ ଲୋକଙ୍କ ସମସ୍ୟାକୁ ନେଇ ଆମ ଆଦମୀ ପାର୍ଟି କାମ କରିବ ବୋଲି ମୁଖ୍ୟ ଅତିଥି ମତବ୍ୟକ୍ତ କରିଛନ୍ତି । ଉଭୟ ବିଜେପି ଓ ବିଜେଡିକୁ ଟାର୍ଗେଟ କରି ଆମ ଆଦମୀର ନେତା କହିଲେ ଯେ, କେନ୍ଦ୍ରୀୟ ସ୍ଥରରେ ସମସ୍ତ ରାଜନୈତିକ ଦଳ ଏକାଠି ହୋଇ ମୋଦି ବଚାଓ ସମ୍ବିଧାନ ବଚାଓର ନାରା ଦେଇଛନ୍ତି ତାହାକୁ ଅନୁସରଣ କରିବେ ଓ ବିଜେଡି ସରକାର ଦୀର୍ଘ ୧୮ ବର୍ଷ ଶାସନ କଲା ପରେ ବି ବିଦ୍ୟାଳୟର ଛାତ୍ରୀ ମାନଙ୍କୁ ଯେଉଁ ମାନଙ୍କୁ ୧୫ ବର୍ଷ ବି ହୋଇ ନ ଥିବ ସେମାନେ ମା ହୋଇ ଯାଉଛନ୍ତି, ବିଭିନ୍ନ ସରକାରୀ ଯୋଜନାରେ ଲୋକଙ୍କୁ କେବେଳ ପ୍ରଲୋଭନ ଦେଖାଇ ଟଙ୍କା ଦେଉ ଛନ୍ତି, ରୋଜଗାର ଦେଉ ନାହାନ୍ତି, ଲୋକଙ୍କୁ ଭ୍ରମିତ କରୁ ଛନ୍ତି, କେବଳ ଋଣ ନେଇ ପ୍ରଦେଶ ର ଆର୍ଥିକ ଅବସ୍ଥା ଦୁର୍ବଳ କରୁ ଛନ୍ତି ।
ତାଙ୍କର ପାର୍ଟିର ପ୍ରଚାର ପ୍ରସାରରେ ଟଙ୍କା ଖର୍ଚ୍ଚ କରି ଗରିବ, କୃଷକ, ମଜଦୁର ଭାଇଙ୍କୁ ହଇରାଣ କରୁଛନ୍ତି । କିନ୍ତୁ ଏଥର ଏହାର ବିରୋଧରେ ଆମ ଆଦମୀ ପାର୍ଟି ସଶକ୍ତ ହୋଇ ଲଢ଼ିବ ଓ ଆମ ଆଦମୀ ପାର୍ଟି ଉପରେ ଭରସା କରି ଅନେକ ଯୁବ ଭାଇ,ଭଉଣୀ ଓ ଭଦ୍ର ବ୍ୟକ୍ତି ତଥା ଅନେକ ସାମାଜିକ କର୍ମୀ ଯୋଡି ହେଉଛନ୍ତି ବୋଲି ମୁଖ୍ୟ ଅତିଥି ମତ ଦେଇ ଥିଲେ । ଶେଷରେ ଜିଲ୍ଲା ସଭାପତି ରଙ୍ଗାଧର ମାଝୀ ସଭା ସାଙ୍ଗ କରିଥିଲେ. ଏହି ବୈଠକରେ ଚିନ୍ତା କୈବର୍ତ୍ତ, ମୁନା ଜଗତ, ଜୟଦେବ ଜଗତ, ଦୁର୍ବଳ ମାଝୀ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରି ଥିଲେ ।