ସାରାଦେଶରେ ଗୋଟିଏ ସ୍ୱର : ଆମକୁ ପ୍ରତିଶୋଧ ଦରକାର

ଶ୍ରୀନଗର,୧୫/୨: ସୁରକ୍ଷା ବାହିନୀଙ୍କ ଉପରେ ସବୁଠାରୁ ବଡ଼ ଆତଙ୍କବାଦୀ ଆକ୍ରମଣକୁ ନେଇ ଦେଶବ୍ୟାପୀ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଆତଙ୍କବାଦୀଙ୍କ ଏହି ବର୍ବରତାର କଡ଼ା ଜବାବ ଦେବାକୁ ଦେଶବାସୀ ଆହ୍ୱାନ ଦେଇଛନ୍ତି। ସାରା ଦେଶରେ ‌ଏବେ ଗୋଟିଏ ସ୍ୱର, ଆମକୁ ପ୍ରତିଶୋଧ ଦରକାର।

ଆତଙ୍କବାଦୀଙ୍କୁ ପ୍ରୋତ୍ସାହନ ଦେଉଥିବା ପାକିସ୍ତାନକୁ କଡ଼ା ଜବାବ ଦେବାକୁ ଦେଶବାସୀ ଦାବି କରିଛନ୍ତି। ସାରା ଦେଶରେ ପାକିସ୍ତାନ ବିପକ୍ଷରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଇଟାର ଜବାବ ପଥରରେ ଦେବା ସହ ଏକ ଦୃଷ୍ଟାନ୍ତମୂଳକ ପଦକ୍ଷେପ ନେବାକୁ ଦେଶବାସୀ ସରକାରଙ୍କ ନିକଟରେ ଦାବି କରିଛନ୍ତି।

ସୂଚନାଯୋଗ୍ୟ, ଗତକାଲି ଜମ୍ମୁ-କଶ୍ମୀର‌େର ପାକିସ୍ତାନୀ ଆତଙ୍କବାଦୀମାନେ ବଡ଼ ଧରଣର ଆତ୍ମଘାତୀ ଆକ୍ରମଣ କରିଥିଲେ। ଏଥିରେ ୪୪ ଜଣ ଯବାନ ସହିଦ ହୋଇଛନ୍ତି। ସେହିପରି ଶତାଧିକ ଯବାନ ମଧ୍ୟ ଆହତ ହୋଇଛନ୍ତି।

ଉରି ଆକ୍ରମଣ ପରେ ଏହା ସବୁଠାରୁ ବଡ଼ ଆତଙ୍କବାଦୀ ଆକ୍ରମଣ। ଶ୍ରୀନଗର-ଜମ୍ମୁ ରାଜପଥର ଅବନ୍ତିପୋରାରେ ରାଜପଥ ପାଖରେ ଠିଆ ହୋଇଥିବା ଏକ ବିସ୍ଫୋରକ ବୋଝେଇ କାର ସିଆରପି ଗାଡ଼ିକୁ ଧକ୍କା‌ ଦେଇଥିଲା। ଫଳରେ ଘଟଣାସ୍ଥଳରେ ପ୍ରଚଣ୍ଡ ବିସ୍ଫେରଣ ଘଟିଥିଲା। ଏଥିରେ ସିଆର୍‌ପିର ଗୋଟିଏ ଗାଡ଼ି ସଂପୂର୍ଣ୍ଣ ଧ୍ବଂସ ହୋଇଯାଇଥିଲା। ଏହି ଆକ୍ରମଣ ପାଇଁ ପାକିସ୍ତାନୀ ଆତଙ୍କବାଦୀ ସଂଗଠନ ଜୈ‌ସ ମହମ୍ମଦ ନିଜକୁ ଦାୟୀ କରିଛି। ଆତଙ୍କବାଦୀଙ୍କ ଏହି ବର୍ବରକାଣ୍ଡକୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହମନ୍ତ୍ରୀ ରାଜନାଥ ସିଂହ କଡ଼ା ନିନ୍ଦା କରିଛନ୍ତି। 

For latest news & updates, click on bell button and subscribe to notifications.

Like us on Facebook👇

http://facebook.com/odiabarta

Subscribe us on Youtube👇

http://tiny.cc/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published.

error: You are not allowed to copy this content. Thank you.