ପୁଲଓ୍ୱାମାରେ ଯବାନଙ୍କୁ ଆତ୍ମଘାତୀ ଆକ୍ରମଣ ଘଟଣାକୁ ତିବ୍ର ନିନ୍ଦା କଲେ ରାୟଗଡା ଜିଲ୍ଲାବାସୀ

ରାୟଗଡା,୧୫/୨: ଗତକାଲି କାଶ୍ମୀର ପୁଲଓ୍ୱାମା ଠାରେ ଆତଙ୍କବାଦୀ ପକ୍ଷରୁ ସିଆରପିଏଫ ଯବାନମାନଙ୍କୁ ଟାର୍ଗେଟ କରି ଯେଉଁ ଆତ୍ମଘାତୀ ଆକ୍ରମଣ କରାଯାଇଥିଲା ସେଥିରେ ୪୨ଜଣ ସିଆରପିଏଫ ଯବାନ ଶହିଦ ହୋଇଥିବା ବେଳେ ଓଡିଶାର ଦୁଇଜଣ ଯବାନ ମଧ୍ୟ ଶହିଦ ହୋଇଛନ୍ତି ।

ସାରା ଦେଶ ଏହି ଆକ୍ରମଣକୁ ନିନ୍ଦା କରୁଥିବା ବେଳେ ଯଥାଶୀଘ୍ର ଆତଙ୍କବାଦକୁ ପ୍ରଶୟ ଦେଉଥିବା ପାକିସ୍ଥାନକୁ ଜବାବ ଦିଆଯାଉ ବୋଲି ଦେଶବାସୀ ଚାହୁଁଛନ୍ତି । ଏହି ପରିପ୍ରକ୍ଷୀରେ ଆଜି ସଂଧ୍ୟାରେ “ଭାରତ ମାତା କି ଜୟ,ବନ୍ଦେ ମାତାରମ୍,ଶହିଦ ଯବାନ ଅମର ରହେ”ସ୍ଲୋଗାନରେ କମ୍ପି ଉଠିଥିଲା ରାୟଗଡା ସହର ।

ଶହିଦ ଯବାନଙ୍କ ଉଦ୍ଦେଶ୍ୟରେ ରାୟଗଡାରେ ଜନ ସାଧାରଣଙ୍କ ପକ୍ଷରୁ ବିରାଟ କ୍ୟାଣ୍ଡଲ ଶୋଭାଯାତ୍ରା ଓ ଶ୍ରଦ୍ଧାଂଜଳି ଜ୍ଞାପନ

ରାୟଗଡା ସାମ୍ବାଦିକ ସାମ୍ମୁଖ୍ଯ ତଥା ଜନସାଧାରଣଙ୍କ ପକ୍ଷରୁ ଶହିଦ ଯବାନଙ୍କୁ ଶ୍ରଦ୍ଧାଂଜଳି ଜ୍ଞାପନ ପୂର୍ବକ ୩୨୬ ନମ୍ବର ଜାତୀୟ ରାଜପଥର ସ୍ଥାନୀୟ ଗଜପତି ଛକ ଠାରୁ ‍ମାହାତ୍ମା ଗାନ୍ଧୀ ପାର୍କ ପର୍ଯ୍ୟନ୍ତ ଏକ ବିରାଟ କ୍ଯାଣ୍ଡଲ ଶୋଭାଯାତ୍ରା ବାହାରିଥିଲା ।

ଏଥିରେ ସହରର ବିଭିନ୍ନ ଶିକ୍ଷାନୁଷ୍ଠାନଗୁଡିକର ଛାତ୍ରଛାତ୍ରୀ, ଲୋକସଭା ସାଂସଦ ଝିନ୍ନ ହିକକା , ବିସମକଟକ ବିଧାୟକ ଜଗନ୍ନାଥ ସାରକା, ରାଜ୍ୟ ଯୋଜନା ବୋର୍ଡ ସଦସ୍ୟ ସୁଧୀର କୁମାର ଦାଶ, ସ୍ୱତନ୍ତ୍ର ଆଦିବାସୀ ଉନ୍ନୟନ ପରିଷଦର ଅଧ୍ୟକ୍ଷ ଜଗନ୍ନାଥ ନୁଣ୍ଡ୍ରୁକା,

୪ର୍ଥ ବାଟାଲିୟନ ସିଆରପିଏଫ ଯବାନଙ୍କ ସମେତ କମାଣ୍ଡଡେଂଟ ଓ୍ୱାଇ.କେ.ରାଜପୁତ, ସେକେଣ୍ଡ ଇନ କମାଣ୍ଡଡେଂଟ ଶ୍ରୀମତି ମିତୁ ରଏ, ଏସକେ. ଠାକୁର, ଡେପୁଟି କମାଣ୍ଡଡେଂଟ ଆଶୋକ ପି.ଏମ.ଆର. ଏନ.ତ୍ୟାଗୀ, ନୂତନ ଓ ତତ୍କାଳିନ ଉପଜିଲ୍ଲାପାଳ ,

ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅଶୋକ କୁମାର ସାହୁଙ୍କ ସମେତ ସମସ୍ତ ଗଣମାଧ୍ୟମ ପ୍ରତିନିଧି, ଜିଲ୍ଲା ପୋଲିସ, ବିଭିନ୍ନ ସ୍ୱେଚ୍ଛାସେବୀ ଅନୁଷ୍ଠାନ, ବ୍ୟବସାୟିକ ପ୍ରତିଷ୍ଠାନ,

ସରକାରୀ ଓ ବେସରକାରୀ ଅନୁଷ୍ଠାନଗୁଡିକ ସାମିଲ ହୋଇ କ୍ୟାଣ୍ଡଲ ଜଳାଇ ଶହିଦ ଯବାନଙ୍କ ଅମର ଆତ୍ମାକୁ ଶ୍ରଦ୍ଧାଂଜଳି ଜ୍ଞାପନ କରିଥିଲେ ।

ସ୍ବତନ୍ତ୍ର ପ୍ରତିନିଧି ଶିବ ନାରାୟଣ ଗୌଡଙ୍କ ରିପୋର୍ଟ odiabarta.in

For latest news & views update

Click on bell button and subscribe to notifications.

Like us on facebook

http://facebook.com/odiabarta

Subscribe us on youtube

http://youtube.com/channel/UCdoWrXFOsGOd7dzWwMFwFrQ

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published.

error: You are not allowed to copy this content. Thank you.