ନୂଆପଡା,୧୬/୨: ଖରିଆର ରୋଡ ସ୍ଥିତ ବସନ୍ତ ନଗରରେ ଜିଲ୍ଲା ବିଜେଡି ର ନୂତନ କାର୍ଯ୍ୟାଳୟ ଉଦଘାଟନ ହୋଇ ଯାଇଛି ଓ ବିଧାନସଭା ସ୍ଥରୀୟ କାର୍ଯ୍ୟକର୍ତ୍ତ ସମ୍ମିଳନୀ ମଧ୍ୟ ଅନୁଷ୍ଠିତ ହୋଇ ଯାଇଛି ।ଏହା ସାଙ୍ଗେ ସାଙ୍ଗେ ବିଜେପି ଓ କଂଗ୍ରେସ ରୁ ଅନେକ କାର୍ଯ୍ୟକର୍ତ୍ତା ବିଜେଡି ରେ ଯୋଗ ଦେଇଛନ୍ତି । ବିଜେପି ର ପୁରୁଣା କାର୍ଯ୍ୟକର୍ତ୍ତ କୋନାବିରାର କ୍ଷେତ୍ର ଭୋଇ ଓ ସାଥି ବିଜେଡି ରେ ଯୋଗ ଦେଇ ଛନ୍ତି, କଂଗ୍ରେସ ରୁ ଆମୋଦି ର ଯୁବ ନେତା ନରସିଂହ ନାୟକ, ଅନେକ ଥର ସରପଞ୍ଚ ହୋଇ ଥିବା କୁଲିଆବନ୍ଧ ସରପଞ୍ଚ ହୀରାଲାଲ ପଟେଲ, ମହେଶ ରାମ ଗୌଡ଼, ଘନଶ୍ୟାମ ପଟେଲ, ଗିରିଧାରୀ ପଟେଲ, ଖୁବିରାମ ଶବର, ସନ୍ତୋଷ ଶବର ପ୍ରମୁଖ ବିଜେଡି ରେ ଯୋଗ ଦେଇଛନ୍ତି ।
ଏହି ନୂତନ ସଦସ୍ୟ ଙ୍କୁ ଜିଲ୍ଲା ବିଜେଡି ର ସମସ୍ତ ସଦସ୍ୟ ଗାମୁଛା ଓ ଫୁଲତୋଡ଼ା ଦେଇ ଭବ୍ୟ ସ୍ୱାଗତ କରିଛନ୍ତି । ଏହି ବୈଠକରେ ଜିଲ୍ଲା ବିଜେଡି ନୂଆପଡା ବିଧାନସଭାର ସମସ୍ତ ସାଧାରଣ କାର୍ଯ୍ୟକର୍ତ୍ତ, ବୁଥ କମିଟି ସଭ୍ୟ ଓ ପଞ୍ଚାୟତ ପ୍ରମୁଖ ତଥା ବିଜେଡି ରାଜ୍ୟ ସମ୍ପାଦକ ସରୋଜ ସାହୁ(ଭୈରବ), ଜିଲ୍ଲା ପରିଷଦ ଉପ ସଭାପତି ଭାନୁ ପ୍ରତାପ ସିଂ ମାଝୀ, ଜିଲ୍ଲା ପରିଷଦ ସଭ୍ୟ ମୁନ୍ନା ଜଗତ, ଖୋଲବାହାରା ଯାଦବ, ଜିଲ୍ଲା ପରିଷଦ ସଭ୍ୟା ଭୁବନୀ ସୁନାନୀ, କୋମନା ବ୍ଲକ ଚେୟାରମେନ ମନୋଜ ମିଶ୍ର, ବରିଷ୍ଠ ନେତା ଖୀତିସ ବୋଧଙ୍କର, ଜିଲ୍ଲା ବିଜେଡି ଯୁବ ସଭାପତି ରାଜେଶ ନିଗମ, ଜିଲ୍ଲା ବିଜେଡି ବିଧାନସଭା ସଭାପତି ସୁଧୀର ମିଶ୍ର, ପୂର୍ବତନ ନୂଆପଡା ବିଜ୍ଞାପିତ ଅଞ୍ଚଳ ପରିଷଦ ଉପ ସଭାପତି ମହେଶ ନିଆଳ, ବିଜେଡି ଛାତ୍ର ସାଧାରଣ ସମ୍ପାଦ(ବଲାଙ୍ଗୀର ଜୋନ) ସ୍ୱାଗତ ଯୋଶୀ, ମୋଟାନୂଆପଡା ସରପଞ୍ଚ ନନ୍ଦଲାଲ ରାଉତ, ବଣ୍ଟି ଡାଗା, ରମେଶ ଅଗ୍ରୱାଲ, ଭୋଳା ଚନ୍ଦ୍ରକାର, କାଳିଆ ପ୍ରଧାନ, ପିଣ୍ଟୁ ବଗର୍ତି, ରଞ୍ଜୀତ ସୁନା, ବିରାଟ ବାଗ ପ୍ରମୁଖ ଉପସ୍ଥିତ ଥିଲେ ।
ଜିଲ୍ଲା ବିଜେଡି ସଭାପତି ତଥା ବିଧାୟକ ପ୍ରାର୍ଥୀ ରାଜେନ୍ଦ୍ର ଢୋଲକିଆ ଙ୍କ ସଭାପତିତ୍ୱ ରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସମସ୍ତ କାର୍ଯ୍ୟକର୍ତ୍ତାଙ୍କୁ ଶ୍ରୀ ଢୋଲକିଆ ଗୁରୁ ମନ୍ତ୍ର ପ୍ରଦାନ କରିଛନ୍ତି । ଆତ୍ମବିଶ୍ୱାସ ଓ ମନୋବଳକୁ ମଜଭୁତ କରି ଗାଁ ଗାଁ ରେ ମହିଳା ମାନଙ୍କୁ ଏକତ୍ର କରି ଲୋକ ଙ୍କ ଅସୁବିଧା ବୁଝି ଆଗାମୀ ସାଧାରଣ ନିର୍ବାଚନରେ କିପରି ଭାବରେ ବିଜୟ ନିଶ୍ଚିତ କରିବେ ତାହା ଓ ଆଗାମୀ ଦିନ ର ରୋଡମେପ କର୍ମୀ ଙ୍କୁ ସୂଚିତ କରିଥିଲେ ଶ୍ରୀଯୁକ୍ତ ଢୋଲକିଆ ।
ରାଜ୍ୟ ସାଧାରଣ ସମ୍ପାଦକ ଶ୍ରୀ ସାହୁ ସମସ୍ତ କର୍ମୀ ଓ ପ୍ରମୁଖ ଅଗଧାଡିଆ ବିଜେଡି ନେତାଙ୍କୁ ସୂଚିତ କରାଇଛନ୍ତି ଯେ ଏଥରକ ବିଧାୟକ ନୁହେଁ ମନ୍ତ୍ରୀ ବାଛନ୍ତୁ । ଏହା ପୂର୍ବ ରୁ ଶ୍ରୀ ଢୋଲକିଆ ଦୁଇ ଥର ବିଧାୟକ ହୋଇ ନୂଆପଡା ବିଧାନସଭା ର ଜନସାଧାରଣ ଙ୍କ ଲଢେଇ ଲଢ଼ି ସାରିଛନ୍ତି । ଏହି ଦଳୀୟ ବୈଠକ ପରେ ପରେ ସମସ୍ତ ବିଜେଡି ନେତା ଓ କର୍ମୀ ବିଜେଡି ନୂତନ ଅଫିସ ରୁ ବାହାରି ପର୍ଯ୍ୟନ୍ତ ଏକ ମହମବତୀ ଶୋଭାଯାତ୍ରା କରିଥିଲେ । ପୁଲୱାମା ରେ ହୋଇ ଥିବା ଆମ ଭାରତୀୟ ସେନା ଉପରେ ଆତ୍ମଘାତି ଆକ୍ରମଣ କୁ ନିନ୍ଦା କରି ସହିଦ ଯବାନ ଙ୍କ ଆତ୍ମାର ଶାନ୍ତି ପାଇଁ ମହମବତୀ ଶୋଭାଯାତ୍ରା କାର୍ଯ୍ୟକ୍ରମ କାରାଯାଇ ଥିଲା ।