କୋକସରା,୧୬/୨: ସରସ୍ବତୀ ଶିଶୁ ମନ୍ଦିର କୁସୁମଖୁଣ୍ଟିରେ ମହା ଆଡମ୍ବରରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ପ୍ରଥମ ଅଧିବେଶନରେ ମୁଖ୍ୟ ଅତିଥି ଭାବେ ସମାଜସେବୀ ଦେବେନ୍ଦ୍ର ପଟ୍ଟଯୋଷି, ସମ୍ନାନିତ ଅତିଥି ଭାବେ ଶ୍ରୀ ତୋଫାନ ମାଝୀ(ଗୋଷ୍ଠୀ ସହ ଶିକ୍ଷା ଅଧିକାରୀ), ଇଂ ସୁଶିଲ କୁମାର ଶବର (ସରପଞ୍ଚ ମୋଟେର), ଟିକେଶ୍ବର ପୁଝାରୀ (ସ.ସଭ୍ୟ), ଘେନୁ ବେହେରା, ବୃନ୍ଦାବନ ପୁଝାରୀ (ସଭାପତି ସ.ଶି.ମ), ପ୍ରଦୀପ କୁମାର ଦାସ (ସଂପାଦକ) ପ୍ରମୁଖ ମଞ୍ଚାସିନ ଥିଲେ।
ପ୍ରଥମ ଅଧିବେଶନରେ ପରମାନନ୍ଦ ବେମାଲ, ସନ୍ଧ୍ୟାରାଣୀ ମହାରଣା ମଞ୍ଚପରିଚାଲନା କରିଥିଲେ ।ଏହି ଅବସରରେ ଶିଶୁ ଭାଇ ଭଉଣୀଙ୍କୁ ନେଇ ବକୃତା, ପ୍ରବନ୍ଧ ଲିଖନ, ସୁଲିଖନ, ଚିତ୍ରାଙ୍କନ, ସାଧାରଣ ଗ୍ୟାନ ପ୍ରତିଯୋଗିତା କରାଯାଇଥିଲା ।ଏଥିରେ କୃତି ଛାତ୍ର ଛାତ୍ରୀଙ୍କୁ ମାନପତ୍ର ସହିତ ପୁରସ୍କାର ପ୍ରଦାନ କରାଯାଇଥିଲା।
ଦ୍ବିତୀୟ ଅଧିବେଶନରେ ଯୁବନେତା, ସମାଜସେବୀ କଲମପୁର ଜିଳ୍ଳା ପରିଷଦ ବିଜୟ ଦେବ ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ, ସମ୍ମାନିତ ଅତିଥି ଭାବେ ବିଜୟ କୁମାର ବାରିକ (ଗୋଷ୍ଠୀ ସହଶିକ୍ଷା ଅଧିକାରୀ), ମୂଖ୍ୟବକ୍ତା ଶେଖର ଜେନା (ମୋଟେର ଫାଣ୍ଡି ଅଧିକାରୀ), ପ୍ରଧାନ ଗୁରୁଜୀ ଭବାନୀ ଶଙ୍କର ବେହେରା, ଉତ୍ତମ ଗୁରୁଜୀ ପ୍ରମୁଖ ଉପସ୍ଥିତ ଥିଲେ।ସମସ୍ତ ଗୁରୁଜୀ ଗୁରୁମା ଙ୍କ ସହଯୋଗ କ୍ରମେ ଶିଶୁମାନଙ୍କ ଦ୍ବାରା ଏକ ଗିତିନାଟ୍ୟ ଭକ୍ତ ପ୍ରହଳ୍ଳାଦ ପରିବେଶଣ ହୋଇଥିଲା।