ନୂଆପଡା,୧୬/୨ : ଆଜି ନୂଆପଡା ର ଯୁବ ନେତା ତଥା ସମାଜସେବୀ ହରିଶ ଚନ୍ଦ୍ର ପଣ୍ଡା (ଟିଟୁ ପଣ୍ଡା ) ପୁଲୱାମା ଆତଙ୍କବାଦୀ ଙ୍କ ଆକ୍ରମଣ ରେ ସହିଦ ହୋଇ ଥିବା ଭାରତୀୟ ସି.ଆର.ପି.ଏଫ ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରି କହିଛନ୍ତି ଯେ, ଭାରତର ସହନଶୀଳତାର ଆତଙ୍କବାଦୀ ଲାଭ ଉଠାଉଛନ୍ତି କିନ୍ତୁ ବର୍ତମାନ ଧର୍ଯ୍ୟର ଅବସାନ ଘଟିଛି । ଭାରତୀୟ ସେନା ଉପରେ ତାଙ୍କୁ ପୂର୍ଣ୍ଣ ବିଶ୍ୱାସ ଅଛି, ଯେଉଁ ଦିନ ପୁଲୱାମାରେ ଆକ୍ରମଣ କରିଥିବା ଆତଙ୍କବାଦୀଙ୍କ ଉପରେ ଭାରତୀୟ ସେନା ତରଫରୁ ଆକ୍ରମଣ ହେବ ସେହି ଦିନ ନୂଆପଡାରେ ଦୀପାବଳି ଉତ୍ସବ ପାଳନ କରାହେବ । ସହିଦ ହୋଇ ଥିବା ୪୪ ଯବାନଙ୍କ ମୃତ୍ୟୁ ବଦଳରେ ୪୦୦୦ ଆତଙ୍କବାଦୀ ଙ୍କୁ ମାରିଲେ ସହିଦ ହୋଇ ଥିବା ୪୪ ଯବାନଙ୍କ ଆତ୍ମା ଶାନ୍ତି ହେବ । ଆତଙ୍କବାଦୀ, ଭାରତୀୟ ସେନା ସାମ୍ନା ରେ ଲଢ଼ି ନ ପାରି ନିରସ୍ତ୍ର ଯବାନଙ୍କୁ ପଛ ଆଡୁ ଅଚାନକ ଆସି ବିସ୍ଫୋରକ ଯୋଗେ ହମଲା କରି ନିଜର କାପୁରୁଷତାର ପରିଚୟ ଦେଇ ଛନ୍ତି ବୋଲି ମନ୍ତବ୍ୟ ଦେଇଛନ୍ତି ଟିଟୁ ପଣ୍ଡା ।
ନୂଆପଡାରୁ ମହେନ୍ଦ୍ର କୁମାର ବାଗ(ରାହୁଲ)ଙ୍କ ରିପୋର୍ଟ odiabarta.in