ପାଟନା : ବିହାର ମୂଖ୍ୟମନ୍ତ୍ରୀ ନୀତିଶ କୁମାର ବିଧାନସଭାରେ ପତ୍ର କାର୍ଡ ଯୋଜନା ଘୋଷଣା କରିଛନ୍ତି । ଘୋଷଣା ଅନୁଯାଇ ୨୦ ବର୍ଷ ସାମ୍ବାଦିକତା କରିଥିବା ସାମ୍ବାଦିକମାନଙ୍କୁ ପେନସନ ସୁବିଧା ଯୋଗାଇ ଦିଆଯିବ । ପ୍ରତି ମାସରେ ତାଙ୍କୁ ୬ ହଜାର ଟଙ୍କା ଲେଖାଏଁ ଦେବେ ସରକାର । ଯଦି ସମ୍ପୃକ୍ତ ପେନସନଧାରୀ ସାମ୍ବାଦିକଙ୍କ ମୃତ୍ୟୁ ହୁଏ ତେବେ ତାଙ୍କ ପତ୍ନି କିମ୍ବା ପତିଙ୍କୁ ଏହି ଅର୍ଥ ରାଶି ମିଳିବ । ବିଶେଷକରି ସମ୍ବାଦପତ୍ର, ଟିଭି ଚ୍ୟାନେଲ ଓ ୱେବ୍ ପୋର୍ଟାଲର ପ୍ରତିନିଧିମାନେ ଏହି ସୁବିଧା ପାଇପାରିବେ ।