ପାକିସ୍ତାନ ଜିନ୍ଦାବାଦ୍ କହି ଛେଚା ଖାଇଲେ ଯୁବକ, ଦେଖନ୍ତୁ ଭିଡ଼ିଓ

ନୂଆଦିଲ୍ଲୀ,୧୭/୨: ଜମ୍ମୁ କଶ୍ମୀରର ପୁଲୱାମାଠାରେ ହୋଇଥିବା ସିଆରପିଏଫ୍ ଜୱାନ୍ଙ୍କ ଉପରେ ଆକ୍ରମଣକୁ ନେଇ ସାରାଦେଶରେ ଆକ୍ରୋଶ ପ୍ରକାଶ ପାଉଥିବା ବେଳେ ଦେଶ ବିରୋଧୀ ସ୍ଲୋଗାନ୍ ଦେଇ ଛେଚା ଖାଇଛନ୍ତି ଜଣେ ଯୁବକ ।
ଘଟଣାରୁ ପ୍ରକାଶ ଯେ, ଆଜି ସୈନିକମାନଙ୍କ ସମ୍ମାନରେ ଜନ୍ତର ମନ୍ତରଠାରେ ଏକ ପ୍ରଦର୍ଶନ ଆୟୋଜିତ ହୋଇଥିଲା । ସମବେତ ଲୋକେ ଏଥିରେ ହିନ୍ଦୁସ୍ତାନ ଜିନ୍ଦାବାଦ୍, ପାକିସ୍ତାନ ମୁର୍ଦ୍ଦାବାଦ୍, ଭାରତୀୟ ସେନା ଜିନ୍ଦାବାଦ୍, ସିଆରପିଏଫ୍ ଜିନ୍ଦାବାଦ୍ ଆଦି ସ୍ଲୋଗାନ୍ ଦେଇଥିଲେ ।
ଠିକ୍ ଏଇ ସମୟରେ ଜଣେ କଶ୍ମୀରୀ ଯୁବକ ପାକିସ୍ତାନ ଜିନ୍ଦାବାଦ୍ ନାରା ଦେଇଥିଲେ । ଏହା ଶୁଣି ଉପସ୍ଥିତ ଲୋକ ତାକୁ ନିସ୍ତୁକ ମାଡ଼ ମାରିଥିଲେ । ଯୁବକଙ୍କୁ ଦିଲ୍ଲୀ ପୋଲିସ ଉଦ୍ଧାର କରିଥିବା ବେଳେ ସଂସଦ ମାର୍ଗ ଥାନାରେ ପଚରାଉଚୁରା ଚାଲିଛି ।

For latest news & updates, click on bell button and subscribe to notifications.

Like us on Facebook👇

http://facebook.com/odiabarta

Subscribe us on Youtube👇

http://tiny.cc/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published.

error: You are not allowed to copy this content. Thank you.