ମୁମ୍ବଇ,୧୭/୨: ଆଗମୀ ବିଶ୍ବକପରେ ପାକିସ୍ତାନ ବିପକ୍ଷରେ ଭାରତ ମ୍ୟାଚ୍ ନଖେଳିବାକୁ କ୍ରିକେଟ୍ କ୍ଳବ୍ ଅଫ୍ ଇଣ୍ଡିଆ (ସିସିଆଇ)ର ସଚିବ ସୁରେଶ ବାଫନା ବିସିସିଆଇକୁ ଅନୁରୋଧ କରିଛନ୍ତି।
ସୁରେଶ ଗଣମାଧ୍ୟମକୁ କହିଛନ୍ତି, “ଆମ ସେନା ଏବଂ ସିଆରପିଏଫ୍ ଉପରେ ଆତଙ୍କବାଦୀ ଆକ୍ରମଣକୁ ଆମେ ଦୃଢ଼ ନିନ୍ଦା କରୁଛୁ। ଯଦିଓ ସିସିଆଇ ଏକ କ୍ରୀଡ଼ା ସଂଗଠନ, ତଥାପି କ୍ରୀଡ଼ା ପୂର୍ବରୁ ଦେଶ ଆସୁଛି।”
ସୂଚନାଯୋଗ୍ୟ ଯେ, ଆସନ୍ତା ମେ’ ୩୦ରୁ ଇଂଲଣ୍ଡରେ ଆରମ୍ଭ ହେବାକୁ ଯାଉଛି ବିଶ୍ବକପ ଟୁର୍ଣ୍ଣାମେଣ୍ଟ। ଜୁନ୍ ୧୬ ତାରିଖରେ ଓଲ୍ଡ ଟ୍ରାଫର୍ଡଠାରେ ଭାରତ-ପାକିସ୍ତାନ ମ୍ୟାଚ ଅଛି।