ଦିନବନ୍ଧୁ ମେମୋରିଆଲ ଢାବା ଭଲିବଳ ଉଦଯାପିତ

କୋକସରା,୧୭/୨ : ମୋଟେର ରାଜୀବ କ୍ଲବ ଆନୁକୁଲ୍ୟରେ ଦୁଇ ଦିବସୀୟ ଢାବା ଭଲିବଲ ଟୁର୍ଣ୍ଣାମେଣ୍ଟ ସମାପନ ହୋଇଯାଇଛି। ଉଦଘାଟନୀ ଉତ୍ସବରେ ମୂଖ୍ୟଅତିଥି ଭାବେ ସ୍ଥାନୀୟ ମୋଟେର ସରପଞ୍ଚ ଯୁବନେତା ଇଂ ସୁଶୀଲ କୁମାର ଶବର ଓ
ଆଜି ଉଦଯାପନି ଉତ୍ସବରେ ମୋଟେର ଫାଣ୍ଡି ଅଧିକାରୀ ଶେଖର ଜେନା ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଜୟୀ ଦଳକୁ ସିଲ (ପଦକ) ପ୍ରଦାନ କରିଥିଲେ। ଦୁଇ ଦିନଧରି ଚାଲିଥିବା ଏହି ଭଲିବଳ ଟୁର୍ଣ୍ଣାମେଣ୍ଟରେ ମୋଟ ୨୬ଟି ଦଲ ଅଶଂ ଗ୍ରହଣ କରିଥିଲେ। ଚୁରାଗାଁ ଏଚଏସସି ବନାମ ଚୁରାଗାଁ ‘ଏ’ ଓ ମୋଟେର ‘ବି’ ବନାମ ଭଇଁରି ଦଳ ଫାଇନାଲକୁ ଉନ୍ନିତ ହୋଇଥିଲା ଫାଇନାଲ ମ୍ୟାଚରେ ଚୁରାଗାଁ ଦଳ ଭଇଁରି ଦଲକୁ ୬/୫ରେ ହରାଇ ଚମ୍ପିଆନ ହୋଇଥିଲା।

ଏହି କ୍ରିଡାକୁ କ୍ରିଷ୍ଣା ମଶ୍ରା ପରିଚାଲନା କରିଥିଲେ। ତପନ କୁମାର ଦାସ ଓ ମନମୋହନ ଦାସ ଖେଲର ଧାରାବିବରଣୀ ପ୍ରଦାନ କରିଥିବାବେଳେ ରାଜୀବ କ୍ଳବ୍ ମୋଟେର ର ସଭାପତି ଧୋବଲେ ପାଲ, ସଂପାଦକ ମୋହନ ନାଏକ, କୋଷାଧ୍ୟକ୍ଷ ବିଜୁ ନାଏକ ଓ ସମସ୍ତ ସଭ୍ୟ ଉପସ୍ଥିତ ରହି ସମ୍ପୁର୍ଣ୍ଣ ସହଯୋଗ କରିଥିଲେ।

କୋକସରାରୁ ହିରନ୍ୟ ବେହେରା ଓ ତୁଲାରାମ ବେହେରାଙ୍କ ରିପୋର୍ଟ odiabarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published.

error: You are not allowed to copy this content. Thank you.