କଳାହାଣ୍ଡି ଯାଦବ ମହାସଭାରୁ ବାର୍ତ୍ତା (Visual News)

ଜୁନାଗଡ,୧୭/୨: ଦିବ୍ୟାଙ୍ଗ ଟଙ୍କଧର ଖର୍ସେଲଙ୍କୁ ସଭାମଞ୍ଚ ଉପରୁ ଜୀବନରେ ମାରିଦେବାର ଧମକ ଦେଇଥିବା ଜୁନାଗଡ ବିଧାୟକଙ୍କ ବିରୁଦ୍ଧରେ ସ୍ବର ଉତ୍ତୋଳନ କରିବାସହ ଟଙ୍କଧରକୁ ସାମାଜିକ ସୁରକ୍ଷା ଦେଇଥିଲା କଳାହାଣ୍ଡି ଜିଲ୍ଲା ଯାଦବ ମହାସଭା । କିନ୍ତୁ ଛଳନାପୂର୍ଣ୍ଣ ରାଜନୀତି କରି ଦିବ୍ୟାଙ୍ଗ ଟଙ୍କଧରକୁ ବିଜେଡିରେ ସାମିଲ କରି ଟିକଟ ପାଇବା ପାଇଁ ଜୁନାଗଡ ବିଧାୟକ ଯେଉଁ ହୀନ ଉଦ୍ୟମ କରୁଛନ୍ତି ତାହାକୁ କଳାହାଣ୍ଡି ଜିଲ୍ଲା ଯାଦବ ମହାସଭା ଦୃଢ ନିନ୍ଦା କରୁଛି । ଯଦି ସେ ପୁନର୍ବାର ଟିକଟ ପାଆନ୍ତି ତେବେ ଜୁନାଗଡ ନିର୍ବାଚନ ମଣ୍ଡଳୀର ଯାଦବ ମାନେ ତାଙ୍କୁ ସହଯୋଗ କରିବେ ନାହିଁ । ଜୁନାଗଡ ଠାରେ ରବିବାର ସଂଦ୍ଧ୍ୟାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏକଥା ପ୍ରକାଶ କରିଛନ୍ତି କଳାହାଣ୍ଡି ଜିଲ୍ଲା ଯାଦବ ମହାସଭା ସଭାପତି ଡମ୍ବରୁଧର ଲହଜଲ । ଏହି ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ଯାଦବ ଅଭ୍ୟର୍ଥନା କମିଟି ସଭାପତି ହରିଶ୍ଚନ୍ଦ୍ର ବାଗ, ବରିଷ୍ଠ ଯାଦବ ନେତା ଶିବ ହାତୀ, ଧନୁ ଗୋପାଳ, ଯୁବ ନେତୃତ୍ବ ତଥା ପୂର୍ବତନ ଜିଲ୍ଲାପରିଷଦ ସଦସ୍ୟ ଖଗେଶ୍ବର ଧଙ୍ଗଡାମାଝୀ, କାର୍ତିକ ଗୋପାଳ ପ୍ରମୂଖ ଉପସ୍ଥିତ ଥିଲେ ।

ଏଠାରେ ସୂଚନା ଗତବର୍ଷ ଏକ କାର୍ଯ୍ୟକ୍ରମରେ ଜୁନାଗଡ ବିଧାୟକ ଟଙ୍କଧରଙ୍କୁ ଜୀବନରେ ମାରିଦେବାର ଧମକ ଦେଇଥିଲେ । ଏକଥାକୁ ନେଇ ଦିବ୍ୟାଙ୍ଗ ଟଙ୍କଧର ଧର୍ମଗଡ ଥାନାରେ ଏତେଲା ଦେଇଥିଲେ ମଧ୍ୟ ପୋଲିସ ପକ୍ଷରୁ କୌଣସୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାସାଇନଖିଲା । ଏହାପରେ ଟଙ୍କଧର ଯାଦବ ମହାସଭାକୁ ଜଣାଇବାପରେ କଳାହାଣ୍ଡି ଯାକ ଯାଦବ ଜୁନାଗଡ ବିଧାୟକଙ୍କ ବିରୋଧକରି ତାଙ୍କ କୁଶ ପୁତ୍ତଳିକା ପୋଡିବାସହ ଜିଲ୍ଲାର ସବୁ ବ୍ଲକରେ ପ୍ରତିବାଦ ସଭା ସବୁର ଆୟୋଜନକରି ଜୁନାଗଜଡ ବିଧାୟକଙ୍କ ପ୍ରତି ଉଚିତ କାର୍ଯ୍ୟାନୁଷ୍ଠାନ ଦାବିକରି ମୂଖ୍ୟମନ୍ତ୍ରୀଙ୍କୁ ଦାବି ପତ୍ର ପ୍ରଦାନ କରିଥିଲେ । ସେହି ସମୟରେ ଯାଦବ ମାନେ ସେମାନଙ୍କ ଶକ୍ତି ପ୍ରଦର୍ଶନ କରି ଭବାନୀପାଟଣାରେ ଯାଦବ ସ୍ବାଭିମାନ ସମାବେଶର ଆୟୋଜନ କରିଥିଲେ । ସେହି ସମାବେଶରେ ଦଶ ହଜାରରୁ ଉର୍ଧ ଯାଦବ ଏକତ୍ରିତ ହୋଇ ଜାତି ପ୍ରିତିର ଅନନ୍ୟ ଉଦାହରଣ ସୃଷ୍ଟିକରି ପାରିଥିଲେ । ଯାଦବ ଆନ୍ଦୋଳନ ପାଇଁ ଟଙ୍କଧର ଖର୍ସେଲ ଜିରୋରୁ ହିରୋ ହୋଇପାରିଥିଲେ । ଯେଉଁ ଟଙ୍କଧରକୁ ଯାଦବ ମାନେ ସାମାଜିକ ସୁରକ୍ଷା ପ୍ରଦାନ କରିଥିଲେ ସେ ସେହି ଜାତିର ସ୍ବାଭିମାନକୁ ପଦାଘାତ କରି ବିଜେଡିର ମିଳନ ସମାବେଶରେ ସାମିଲ ହେବାକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି ଯାଦବ କୂଳ । ଜୁନାଗଡ ବିଧାୟକ ଚକ୍ରାନ୍ତ କରି ଟଙ୍କଧରଙ୍କୁ ତାଙ୍କ ଦଳରେ ମିଶାଇ ନିଜ ସ୍ବାର୍ଥ ସାଧନ ପାଇଁ ଯେଉଁ ହୀନ ରାଜନୀତି କରିଛନ୍ତି ତାହାକୁ ମଧ୍ୟ ସହଜ ଭାବରେ ଗ୍ରହଣ କରିପାରୁନାହାନ୍ତି ଯାଦବ ମାନେ ।

ଜୁନାଗଡରୁ ରାକେଶ କୁମାର ବେମାଲଙ୍କ ରିପୋର୍ଟ odiabarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published.

error: You are not allowed to copy this content. Thank you.