ପୁଲଓ୍ବାମା,୧୮/୨: ଜମ୍ମୁ କଶ୍ମୀର ପୁଲଓ୍ବାମା ଫିଙ୍ଗିଲିନାରେ ଗତକାଲି ରାତିରୁ ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ ଜାରି ରହିଛି। ଆତଙ୍କବାଦୀଙ୍କ ଗୁଳିରେ ଜଣେ ମେଜରଙ୍କ ସମେତ ୪ ଯବାନ ସହିଦ ହୋଇଥିବା ଜଣାପଡିଛି । ଏଥିସହ ଜଣେ ସାଧାରଣ ଲୋକର ମୃତ୍ୟୁ ହୋଇଥିବା ସୂଚନା ମିଳିଛି।
ଉକ୍ତ ଅଂଚଳରେ ଜୈଶ୍-ଏ-ମହମ୍ମଦର ୨ରୁ ୩ ଆତଙ୍କବାଦୀ ଲୁଚି ରହିଥିବା ସୂଚନା ମିଳିବା ପରେ ସୁରକ୍ଷାକର୍ମୀମାନେ ସେହି ଅଞ୍ଚଳକୁ ଘେରିଯାଇଥିଲେ। ଫଳରେ ଆତଙ୍କବାଦୀ-ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା।
ଗତ ୧୪ତାରିଖରେ ଜମ୍ମୁକାଶ୍ମୀର ପୁଲଓ୍ବାମାରେ ଆତଙ୍କବାଦୀ ଆକ୍ରମଣ ପରେ ଆଜିର ଘଟଣାକୁ ନେଇ ଲୋକେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଏକ୍ସନ ଉପରେ ପ୍ରଶ୍ନ ଉଠେଇଛନ୍ତି।