ପ୍ରଶାସନର ବିନା ଅନୁମତିରେ ଖୋଲିଥିଲା ସୁମିତ ବଜାର : ଆଙ୍କୁଶ ଲଗାଇଲା ନୂଆପଡା ଜିଲ୍ଲା ପ୍ରଶାସନ

ନୂଆପଡା,୧୮/୨: ନୂଆପଡା ସଦର ସ୍ଥିତ ଜିଲ୍ଲା ଆରକ୍ଷୀ ଅଧିକାରୀ ଙ୍କ କାର୍ଯ୍ୟାଳୟ ନିକଟରେ ସୁମିତ ବଜାର ନାମକ ଏକ ବେସରକାରୀ ବଜାର ନୂତନ କରି ପ୍ରଶାସନର ବିନା ଅନୁମତିରେ ରବିବାର ଦିନ ଖୋଲି ଥିଲା । କିନ୍ତୁ ଜିଲ୍ଲା ପ୍ରଶାସନ ସାନ୍ଧ୍ୟ ରେ ଏହି ବଜାର ରେ ଅଙ୍କୁଶ ଲଗାଇଛି । ଆଖ ପାଖ ଅଞ୍ଚଳରେ ଭୁଲ ବାର୍ତା ପ୍ରଚାର ପ୍ରସାର କରି ବଜାରରେ ଲୋକ ଗହଳି କରିଥିଲା । ସୁମିତ ବଜାରରେ ପ୍ରବଳ ଜନ ଗହଳି ଲାଗିରହିବାରୁ ଜାତୀୟ ରାଜପଥରେ  ଟ୍ରାଫିକ ସମସ୍ୟା ଦେଖା ଦେଇ ଥିଲା । ଯାହା ଫଳରେ ପୋଲିସ ଓ ପ୍ରଶାସନ ତତ୍ପରତା ପ୍ରକାଶକରି ସେଠାକୁ ପହଞ୍ଚି ଥିଲେ ଓ ସମସ୍ତ କାଗଜତ ଯାଞ୍ଚ କରିବା ପରେ ଏହାକୁ ବନ୍ଦ ରଖିବାକୁ ନିର୍ଦେଶ ଦିଆଯାଇଥିବା ଜଣାପଡିଛି ।

ନୂଆପଡା ସହର ଏକ ବିକଶିତ ସହର । କିଛି ବର୍ଷ ପୂର୍ବର ନୂଆପଡା ଓ ବର୍ତମାନ ର ନୂଆପଡା ମଧ୍ୟ ରେ ଅନେକ ଭିନ୍ନତା ପରିଳକ୍ଷିତ ହୁଏ । ଶୀଘ୍ର ବ୍ୟାପକ ହେଉଥିବା ଏହି ସହରରେ ଜଣେ ବ୍ୟବସାୟୀ କୋଟି କୋଟି ଟଙ୍କାର ବଜାର ନିର୍ମାଣ କଲେ କିନ୍ତୁ ପ୍ରଶାସନର କୌଣସି ବିଭାଗ ପାଖରେ କିଛି ଖବର ନ ଥିଲା । ଖବର ପାଇ ଉପଜିଲ୍ଲାପାଳ ଓ ପୋଲିସ ଟିମ ଏଠାରେ ଆସି ପହଞ୍ଚି ଦେଖିଲେ ଯେ ଏଠାରେ ଟ୍ରାଫିକ ସମସ୍ୟାର ନିୟନ୍ତ୍ରଣ ପାଇଁ କୌଣସି ବ୍ୟବସ୍ଥା କରା ଯାଇ ନାହିଁ । ଏଭଳି କି ନିକଟରେ ଏସପି ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଲୋକ ଗାଡି ରଖୁ ଥିବାର ଦେଖିବାକୁ ମିଳୁ ଥିଲା, ବଜାରକୁ ଲାଗି ଏକ ଅସୁରକ୍ଷିତ ଖୋଲା ଟ୍ରାନ୍ସଫରମର ଅଛି ଯାହା ଏଭଳି ଏକ ଲୋକ ଗହଳି ଜାଗା ମାନଙ୍କରେ ରହିବା କଥା ନୁହଁ । ଏହାର କୌଣସି ତଥ୍ୟ ବିଦ୍ୟୁତ ବିଭାର ତରଫରୁ ତାଙ୍କ ପାଖରେ ନ ଥିଲା, ଅଗ୍ନିଶମ ବିଭାଗର ଅନୁମତି ନାହିଁ, ନୂଆପଡା ବିଜ୍ଞାପିତ ଅଞ୍ଚଳ ପରିଷଦ ତରଫରୁ କୌଣସି ଅନୁମତିପତ୍ର ନଥିବା ଜଣା ପଡିଲା ।

ଏସବୁ ବ୍ୟାପକ ଅନିୟମିତତା ଦେଖି ଉପଜିଲ୍ଲାପାଳ ଏହି ବଜାର କୁ ବନ୍ଦ ରଖିବାକୁ ନିର୍ଦେଶ ଦେଇଛନ୍ତି । ଏସବୁ ବ୍ୟବସ୍ଥାନ କରିବା ପର୍ଯ୍ୟନ୍ତ ବଜାର ବନ୍ଦ ରହିବ ବୋଲି ନୂଆପଡା ସଦର ଥାନା ଅଧିକାରୀ ବିବେକାନନ୍ଦ ମହାନ୍ତି ସୂଚନା ଦେଇ ଛନ୍ତି । ବଜାର ପରିଚାଳକ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ, ଜିଲ୍ଲା ପ୍ରଶାସନ କିମ୍ବା କୌଣସି ଅଧିକାରୀଙ୍କୁ ଜଣାଇବାର କୌଣସି ଆବଶ୍ୟକତା ନାହିଁ ।

ନୂଆପଡାରୁ ମହେନ୍ଦ୍ର କୁମାର ବାଗ(ରାହୁଲ)ଙ୍କ ରିପୋର୍ଟ odiabarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published.

error: You are not allowed to copy this content. Thank you.