ସଇଁତଲା : ବଲାଂଗିର ଜିଲ୍ଲା ସଇଁତଲା ବ୍ଲକ ଅନ୍ତର୍ଗତ ବଡମାଲ ଗୋଳାବାରୁଦ କାରଖାନାର ପରିଷରରେ ଯାଦବ କର୍ମଚାରୀ ମାନଙ୍କ ଦ୍ବାରା ଏକ ଯାଦବ ସମାବେଶ ଅନୁଷ୍ଠିତ ହୋଇଯାଇଛି । ଚଣ୍ଡି, ଶିବ ଓ ଜଗନ୍ନାଥ ମନ୍ଦିର ଠାରେ ପୂଜାର୍ଚନା ହେବାପରେ ସଭା ସ୍ଥଳରେ ଚଣ୍ଡି ସମଲେଇ ଓ ଶ୍ରୀକୃଷ୍ଣଙ୍କ ପୂଜା ହେବାପରେ ବାଡିଖେଳ ପ୍ରଦର୍ଶିତ ହୋଇଥିଲା । ଏହି ସମାବେଶରେ ଅତିଥିଭାବେ ଅବସରପ୍ରାପ୍ତ କର୍ମଚାରୀ ତଥା ଗୋଳାବାରୁଦ କାରଖାନା ଯାଦବ ସଭାପତି ହରେକୃଷ୍ଣ ବଗର୍ତ୍ତି ଓ ଫପସି ଗୌନ୍ତିଆ ଖୀରସିନ୍ଧୁ ବଗର୍ତ୍ତି ଯୋଗଦେଇ ଥିଲେ । କୁନି କୁନି ଯାଦବ ଝିଅମାନେ ପ୍ରାରମ୍ଭିକ ସଂଗୀତ ଗାନକରି ଜାତି ପ୍ରିତିର ମହାନ ଶ୍ରୋତ ଶୃଷ୍ଟି କରିଥିଲେ । ସଭା କାର୍ଯ୍ୟ ପରିଚାଳନା କରିଥିଲେ ସଂପାଦକ ପବିତ୍ର ପୋଢ, ସତୃଘନ ସେଲମା ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ସ୍ବାଗତ ଅଭିଭାଷଣ ପ୍ରଦାନ କରିଥିଲେ ରାଜକୁମାର ଭାଟି । ପରିଶେଷରେ ମାହାନ୍ତ ବଗର୍ତ୍ତିଙ୍କ ଧନ୍ୟବାଦ ଅର୍ପଣ ପରେ ମସାବେଶର ସମାପନ ହୋଇଥିଲା ।