ଏ କଳାବତୀ ସ୍ମୁତି ଅନ୍ତର ୱାର୍ଡ କ୍ରିକେଟ ଟୁର୍ନାମେଣ୍ଟ  ତୃତୀୟ ସଂସ୍କରଣ କ୍ରିଡା ଉଦଯାପିତ

ଖରିଆର ରୋଡ/ନୂଆପଡା,୧୮/୨: ଆଜି ସ୍ଥାନୀୟ ଖରିଆର ରୋଡ ମିନି ଷ୍ଟାଡିୟମ ଠାରେ ଏ କଳାବତୀ ସ୍ମୁତି (ଅନ୍ତର ୱାର୍ଡ) କ୍ରିକେଟ ଟୁର୍ନାମେଣ୍ଟ ର ତୃତୀୟ ସଂସ୍କରଣ ଖେଳ ଉଦଯାପିତ ହୋଇ ଯାଇଛି । ଏହି ଉଦଯାପନୀ ମ୍ୟାଚରେ ପୂର୍ବତନ ଲୋକସଭା ସାଂସଦ ଶ୍ରୀ ଏ. ଭି. ସ୍ୱାମୀ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ କ୍ରିଡାବିତ ମାନଙ୍କୁ ଉତ୍ସାହିତ କରିଥିଲେ । ଏହି କ୍ରିକେଟ ଟୁର୍ନାମେଣ୍ଟକୁ ସୁରେଶ ଆଚାରୀ ଓ ସୁନୀଲ ଆଚାରୀ ଆୟୋଜିତ କରି ଥିଲେ । ଟୁର୍ନାମେଣ୍ଟ ରେ ୱାର୍ଡ ନମ୍ବର ୬ ଆମ୍ବେଦକର କ୍ଳବ ବିଶେଷ ସହଯୋଗ କରି ଥିଲେ । ଉଦଯାପନୀ ଉତ୍ସବ ରେ ଆୟୋଜିତ ଫାଇନାଲ ମ୍ୟାଚ ରେ ୱାର୍ଡ ନମ୍ବର ୬ ଓ ୱାର୍ଡ ନମ୍ବର ୧୩,୧୪,୧୫ ର ଖେଳାଳି ମିଶି କରି ଖେଳି ଥିଲେ । ଟସ ଜିତି ପ୍ରଥମେ ୱାର୍ଡ ନମ୍ବର ୬ ଫିଲଡିଂ କରି ଥିଲା । ଧାର୍ଯ୍ୟ ୧୦ ଓ଼ଭର ମ୍ୟାଚ ରେ ପ୍ରଥମେ ୱାର୍ଡ ନମ୍ବର ୧୩,୧୪,୧୫ ର ସମସ୍ତ ଖେଳାଳି ୪୭ ରନ କରି ଆଉଟ ହୋଇ ଯାଇ ଥିଲେ । ଜବାବ ରେ ୱାର୍ଡ ନମ୍ବର ୬ ର ଖେଳାଳି ୬ ଓଭର ରେ ୭ ୱଇକେଟ ହରାଇ ଧାର୍ଯ୍ୟ ରନ ସଂଗ୍ରହ କରି ବିଜୟୀ ହୋଇ ଥିଲେ ।

ଏହି ଟୁର୍ନାମେଣ୍ଟ ରେ ବିଜୟୀ ଦଳ ୱାର୍ଡ ନମ୍ବର ୬କୁ ନଗଦ ୫ହଜାର ଟଙ୍କା, ଟ୍ରଫି ଓ ମେଡାଲ ଦିଆ ଗଲା ଓ ରନର୍ସଅପ ହୋଇ ଥିବା ୱାର୍ଡ ନମ୍ବର ୧୩,୧୪,୧୫ ର ଖେଳାଳି ଙ୍କୁ ନଗଦ ୩ ହଜାର ଟଙ୍କା ସହ ଟ୍ରଫି ଓ ମେଡାଲ ଦିଆ ଗଲା । ଏହି ଟୁର୍ନାମେଣ୍ଟ ରେ କୌଣସି ଏଣ୍ଟ୍ରି ଫିସ ରଖା ଯାଇ ନ ଥିଲା । ବେଷ୍ଟ ବେଟ୍ସମେନ ଅରୁଣ କୁମାର ଙ୍କୁ ନଗଦ ଅର୍ଥରାଶି ସହ ଟ୍ରଫି ଓ ବେଷ୍ଟ ବୋଲେର ବାବା କୁମାର ଙ୍କୁ ମଧ୍ୟ ନଗଦ ଅର୍ଥରାଶି ସହ ଟ୍ରଫି ପ୍ରଦାନ କରା ଯାଇ ଥିଲା ।

ନୂଆପଡାରୁ ମହେନ୍ଦ୍ର କୁମାର ବାଗ(ରାହୁଲ)ଙ୍କ ରିପୋର୍ଟ odiabarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published.

error: You are not allowed to copy this content. Thank you.