ରାୟଗଡା,୧୮/୨: ଓଡିଶା ଷ୍ଟାମ୍ପ ଭେଣ୍ଡର ମହାସଂଘଙ୍କ ଆହ୍ବାନ କ୍ରମେ ରାୟଗଡ ଜିଲ୍ଲା ଷ୍ଟାମ୍ପ ଭେଣ୍ଡର ସଙ୍ଘ ନିଜର ନ୍ୟାର୍ଯ୍ୟ ଦାବୀ ଯଥା କମିଶନରେ ବୃଦ୍ଧି କରିବା ଏବଂ ଇ-ଷ୍ଟାମ୍ପ ପ୍ରଚଳନ ବନ୍ଦ କରିବା ସହ ଅନ୍ୟାନ୍ୟ ଦାବି ପୂରଣ ନ କରିବା ପର୍ଯ୍ୟନ୍ତ ସମଗ୍ର ଓଡ଼ିଶାରେ କାର୍ଯ୍ୟରତ ଷ୍ଟାମ୍ପ ଭେଣ୍ଡର ମାନେ ଆଜି ଠାରୁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଆନ୍ଦୋଳନ ଚାଲୁ ରହିବ ବୋଲି ସଙ୍ଘର କର୍ମକର୍ତ୍ତାମାନେ ସୂଚନା ଦେଇଛନ୍ତି । ସେହିପରି ଏଭଳି ଅସୁବିଧାକୁ ସଙ୍ଘ ଦୁଃଖ ପ୍ରକାଶ କରିବା ସହ ସଙ୍ଘକୁ ସମ୍ପୂର୍ଣ୍ଣ ସହଯୋଗ କରିବା ପାଇଁ ସଙ୍ଘ କର୍ମକର୍ତ୍ତା ଜନସାଧାରଣଙ୍କୁ ନିବେଦନ କରିଛନ୍ତି ।