ଆଜି ଶିଶୁଦିବସ

ଆଜି ସାରାଦେଶ ପାଳୁଛି ଶିଶୁ ଦିବସ । ଦେଶର କୋଣଅନୁକୋଣରେ, ପଲ୍ଲୀଠୁ ଦିଲ୍ଲୀ ସବୁଠି ଶିଶୁଦିବସକୁ ଆନନ୍ଦର ସହ ପାଳନ କରାଯାଉଛି । ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହରୁଙ୍କ ଉଦ୍ଦେଶ୍ୟରେ ଜାତି ପାଳୁଛି ଶିଶୁଦିବସ ।

ଶିଶୁଙ୍କୁ ଖୁବ୍ ସ୍ନେହ କରୁଥିଲେ ନେହରୁ । ପ୍ରତି ମୁହୁର୍ତ୍ତରେ ତାଙ୍କ କଥା ଚିନ୍ତା କରୁଥିଲେ । ଦେଶର ଗୌରବ, ଦେଶ ନିର୍ମାଣରେ ତାଙ୍କ ଭୂମିକା ଓ ଅଙ୍ଗୀକାରବଦ୍ଧତାକୁ ବୁଝିଥିଲେ ସିଏ । ଶିଶୁଙ୍କ ଅଧିକାର, ଦାୟିତ୍ୱ ଓ ଶିକ୍ଷା ବିଷୟରେ ସଚେତନ କରିବା ଉଦ୍ଦେଶ୍ୟରେ ସାରା ଦେଶ ପାଳୁଛି ଏହି ଏହି ମହାନ ଦିବସ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.