ନୂଆପଡା ପୋଲିସ ଓ ସିଆରପିଏଫ ଯବାନ ଦେଲେ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି 

. ବୀର ଯବାନଙ୍କ ପରିବାରକୁ ୧,୫୩,୦୫୦/ ଅର୍ଥ ରାଶି ସହାୟତା

ନୂଆପଡା,୧୯/୨: ଆଜି ସନ୍ଧ୍ୟାରେ ନୂଆପଡା ଠାରେ କାର୍ଯ୍ୟରତ ଓଡିଶା ପୋଲିସ, ହାବିଲଦାର, ସ୍ଥାନୀୟ ସିଲଦା କେମ୍ପ ର ସି.ଆର. ପି.ଏଫ ଯବାନ ଓ ଅଧିକାରୀ ସହ ହୋମଗାର୍ଡ ସଙ୍ଘ ମିଳିତ ଭାବେ ଜିଲ୍ଲା ଆରକ୍ଷୀ ଅଧିକାରୀଙ୍କ କାର୍ଯ୍ୟଳୟରୁ ଏକ ମହମବତୀ ଶୋଭାଯାତ୍ରାରେ ବାହାରି ପାକିସ୍ତାନ ମୁର୍ଦାବାଦ, ଆତଙ୍କବାଦ ମୁର୍ଦାବାଦ ଓ ଭାରତ ମାତା କି ଜୟ, ସହିଦ ଯବାନ ଅମର ରହେ ନାରା ଦେଇ ନୂଆପଡା ନଗର ପରିକ୍ରମା କରି ସ୍ଥାନୀୟ ଏକତା ଛକ ଠାରେ ସ୍ବର୍ଗତ ଘାସି ରାମ ମାଝୀଙ୍କ ପ୍ରତିମୂର୍ତ୍ତି ସମ୍ମୁଖରେ ମହମବତୀ ଜାଳିଥିଲେ ଓ ପୁଲୱାମାରେ ସହିଦ ହୋଇ ଥିବା ୪୪ ବୀର ଯବାନଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଦେଇ ଥିଲେ ।

ନୂଆପଡା ଠାରେ ପୋଲିସ ର ଏହି ମହମବତୀ ଶୋଭାଯାତ୍ରା ଦେଖି ସ୍ଥାନୀୟ ଜନସାଧାରଣ ମଧ୍ୟ ଏଥିରେ ଯୋଗ ଦେଇ ସହିଦ ଯବାନ ମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଇ ଥିଲେ । ଏହି ପରିପେକ୍ଷିରେ ଜିଲ୍ଲା ଆରକ୍ଷୀ ଅଧିକାରୀ ସ୍ମିଥ ପରମାର ସମସ୍ତ ପୋଲିସ ବିଭାଗ ର ଗୋଟିଏ ଦିନ ର ଦରମା ୧ଲକ୍ଷ ୫୩ ହଜାର ୫୦ ଟଙ୍କା ସହିଦ ବୀର ଯବାନଙ୍କ ପରିବାରକୁ ସହଯୋଗ ରାଶି ପ୍ରଦାନ କରି ଥିଲେ ।

ଅତିରିକ୍ତ ଆରକ୍ଷୀ ଅଧିକାରୀ ସୁନୀଲ ଆଚରି, ଏସ.ଡି.ପି.ଓ ବିଦ୍ୟୁତ ଚନ୍ଦ୍ର ପଣ୍ଡା ସଦର ଥାନା ଆଇ.ଆଇ.ସି ବିବେକାନନ୍ଦ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।

ନୂଆପଡାରୁ ମହେନ୍ଦ୍ର କୁମାର ବାଗ(ରାହୁଲ)ଙ୍କ ରିପୋର୍ଟ odiabarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.