ସୁରଥ ଭୁଏ ୬୪ ତମ ଜାତୀୟ କବାଡି ଖେଳ ବଳକ (୧୪ବର୍ଷ)ବିଭାଗ ଓଡିଶା ଦଳର ପ୍ରତିନିଧି : ନୂଅାପଡା ମାଟିର ଗୌରବ ସୁରଥ 

ନୂଆପଡା,୧୯/୨:ସ୍ଥାନୀୟ ନୂଆପଡା ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ସରକାରୀ ଉର୍ନ୍ନତି ଉଚ୍ଚ ବିଦ୍ୟାଳୟ, ମାଗୁରପାଣି ର ନବନ ଶ୍ରେଣୀ ଛାତ୍ର ସୁରଥ ଭୁଏ. ବିହାର ର ରାଜଧାନୀ ପାଟନା ଠାରେ ଅନୁଷ୍ଠିତ ହୋଇ ଥିବା ୬୪ ତମ ଜାତୀୟ କବାଡି ବାଳକ (୧୪ବର୍ଷ )ବିଭାଗ  ଓଡିଶା ଦଳର ପ୍ରତିନିଧି କରୁଛନ୍ତି ସୁରଥ । ଏହି ଟୁର୍ନାମେଣ୍ଟ ଫେବୃଆରୀ ୨୨ରୁ ଆରମ୍ଭ ହୋଇ ୨୪ ତାରିଖ ଯାଏଁ ଚାଲିବାର କାର୍ଯ୍ୟକ୍ରମ ଅଛି । ସେଥିପାଇଁ ସୁରଥ ଫେବୃଆରୀ ୧୫ ରୁ ୧୯ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱର ଠାରେ ଅନୁଷ୍ଠିତ ପୂର୍ବ ପ୍ରଶିକ୍ଷଣ ଶିବିରରେ ଯୋଗଦାନ କରି ପାଟନା ଅଭିମୁଖେ ଓଡିଶା ଦଳ ସହ ଯାତ୍ରା କରୁଛନ୍ତି । ଏଥି ପାଇଁ ମାଗୁରପାଣି ଗାଁ ଲୋକ ଙ୍କ ଖୁସି କହିଲେ ନ ସରେ । ଗର୍ବର ସହିତ ଛାତି ଫୁଲିଛି ବାପା  ରୋମାଞ୍ଚଳ ଭୁଏ ଙ୍କର । ପୁଅର ଏହି ସଫଳତା ପାଇଁ ଗାଁରେ ପ୍ରସଂଶା ର ପାତ୍ର ହୋଇଛି ସୁରଥ । ପ୍ରକଶ ଯୋଗ୍ୟ ଯେ ଗତ ମାସ ରେ ଅନୁଷ୍ଠିତ ହୋଇ ଥିବା ରାଜ୍ୟ ସ୍ତରୀୟ ବିଦ୍ୟାଳୟ କବାଡି ପ୍ରତିଯୋଗିତା(୧୪ବର୍ଷ ) ରେ ନୂଆପଡା ଦଳ ଉପ ବିଜେତା ହୋଇ ଥିଲା ଓ ସୁରଥ ଙ୍କୁ ତାଙ୍କର ଖେଳ ପାଇଁ ମିଳି ଥିଲା ଟୁର୍ନାମେଣ୍ଟ ର ଶ୍ରେଷ୍ଠ ଖେଳାଳି ପୁରସ୍କାର । ସୁରଥଙ୍କ କୋଚ  ମହତାବ ଆଡ଼ଜୁଆ କହନ୍ତି ସୁରଥ କବାଡି ଖେଳର ଏକ ପ୍ରତିଭାବାନ ଖେଳାଳି । ସେ ଯେତେ ବେଳେ ଖେଳେ ତାକୁ ଦେଖିବା ପାଇଁ ଆଖ ପାଖ ଗାଁ ଲୋକ ଙ୍କ ଭିଡ ଜମି ଥାଏ । ଆଉ ଆଜି ସେ ଓଡିଶା କବାଡି ଦଳ (୧୪ବର୍ଷ )ର ପ୍ରତିନିଧିତ୍ବ କରୁ ଥିବାରୁ ଶ୍ରୀ ଆଡ଼ଜୁଆ ବହୁତ ଖୁସି ଓ ଗର୍ବିତ ।

ନୂଆପଡାରୁ ମହେନ୍ଦ୍ର କୁମାର ବାଗ(ରାହୁଲ)ଙ୍କ ରିପୋର୍ଟ odiabarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published.

error: You are not allowed to copy this content. Thank you.