କଳାହାଣ୍ଡି,୨୦/୨: ଲାଂଜିଗଡ ବ୍ଲକ ଅନ୍ତର୍ଗତ ବେନ ଗାଁ ପଞ୍ଚାୟତ ଠାରେ ଶେଷ ପର୍ଯ୍ୟାୟ ପିଠା କାର୍ଯ୍ୟକ୍ରମ ସରପଞ୍ଚ ସୁକାନ୍ତି ମାଝୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇ ଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତା ଭାବେ ଚୌଧୁରୀ ଅମୀୟ ରଞ୍ଜନ ମହାପାତ୍ର, ସମ୍ମାନିତ ଆତିଥି ଭାବେ କୃଷି ଅଧିକାରୀ ନିଲାମ୍ବର ଚନ୍ଦନ,ଅଙ୍ଗନବାଡି ସୁପର ଭାଇଜର ମିନତୀ ଦାସ, ମହାଲକ୍ଷ୍ମୀ ପାଢ଼ୀ,ସ୍ୱାସ୍ଥ୍ୟ କର୍ମୀ ବିଷ୍ଣୁ ପ୍ରିୟା, ମିନତୀ ନାଏକ, ନାଏବ ସରପଞ୍ଚ ଧନଞ୍ଜୟ ମାଝୀ ପ୍ରମୁଖ ଯୋଗ ଦେଇ ସରକାର ଙ୍କ ପିଠା ଯୋଜନା ଉପରେ ଆଲୋକ ପାତ କରିଥିଲେ । କାର୍ଯ୍ୟ ନିର୍ବାହୀ ଅଧିକାରୀ ମନୋଜ କୁମାର ଶବର ସ୍ବାଗତ ଅଭିଭାଷଣ ପ୍ରଦାନ କରିବା ସହ ମଞ୍ଚ ପରିଚାଳନା କରିଥିଲେ l