କଳାହାଣ୍ଡି,୨୧/୨: କୋକସରା ବ୍ଲକ ଗୋତୋମୁଣ୍ଡା ଠାରେ ମାଁ ସର୍ବ ମଗଂଳା କ୍ରିକେଟ ଚମ୍ପିଆନ୍ ଉଦଯାପିତ ହୋଇଯାଇଛି । ଫାଇନାଲ ମ୍ୟାଚ ଚାହାରବାହାଲ ଓ ତେଣ୍ଡାପାଲି ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏହି ମ୍ୟାଚ ରେ ଚାହାରବାହାଲ ଦଳ ତେଣ୍ଡାପାଲି ଦଳ କୁ ୨୦ ରନ୍ ରେ ପରାସ୍ତ କରି ବିଜୟ ହୋଇଛି । ଚାହାରବାହାଲ ଦଳ ପ୍ରଥମେ ଟସ୍ ଜିଣି ବ୍ୟାଟିଂ କରିବାର ନିଷ୍ପତି ନେଇ ନିର୍ଧାରିତ ୧୨ ଓଭରରେ ସମସ୍ତ ଉଇକେଟ ହରାଇ ୧୦୨ ରନ ସଂଗ୍ରହ କରିଥିଲେ । ୧୦୨ ରନ ର ବିଜୟ ଆଶା ନେଇ ତେଣ୍ଡାପାଲି ଦଳ ନିର୍ଧାରିତ ଓଭରରେ ସମସ୍ତ ଖେଳାଳି ହରାଇ ୮୨ ରନ୍ କରିବାରେ ସମର୍ଥ ହୋଇଥିଲେ । ଚାହାରବାହାଲ ଦଳ ର ଲବଙ୍କୁ ମ୍ୟାନ ଅଫ ଦି ମ୍ୟାଚ ଓ ତେଣ୍ଡାପାଲି ଦଳର ପିଙ୍କୁଙ୍କୁ ପ୍ରତିଯୋଗିତାର ଶ୍ରେଷ୍ଠ ଖେଳାଳି ଭାବେ ସମ୍ମାନୀତ କରାଯାଇଥିଲା । ବିଜୟୀ ଦଳକୁ ୨୦ ହଜାର ଓ ରନର୍ସ ଦଳ କୁ ୧୫ ହଜାର ଟଙ୍କା ପୁରସ୍କାର ଦିଆ ଯାଇଥିଲା । ଉକ୍ତ ପ୍ରତିଯୋଗୀତାରେ ମୁଖ୍ଯ ଅତିଥି ଭାବେ ଶ୍ରୀଯୁକ୍ତ ଜିତେନ୍ଦ୍ର ପ୍ରଧାନି, ସମ୍ମାନିତ ଅତିଥି ଭାବେ କୋକସରା ବ୍ଲକ ବିଜୁଯୁବ ବାହୀନି ସଭାପତି ଶ୍ରୀଯୁକ୍ତ ମହେଶ ଗୁପ୍ତା, ଗୋତୋମୁଣ୍ଡା ସରପଞ୍ଚ ହରଲାଲ ଗୋପାଲ, ଭାଟି ମ୍ୟାନେଜର ଶ୍ରୀଯୁକ୍ତ ମୋହନ ପ୍ରସାଦ ପ୍ରମୁଖ ଯୋଗ ଦେଇ ଖେଳାଳି ମାନଙ୍କୁ ଶାନ୍ତି ଶୃଙ୍ଖଳା ଓ ବନ୍ଧୁତ୍ୱର ଭାବନା ନେଇ ଖେଳିବାକୁ କହି ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ । ଭାରତଭୁଷଣ ଦୁର୍ଗା ଓ ଡିକ୍ଲେଶର ନାଏକ ଖେଳକୁ ପରିଚାଳନା କରିଥିବା ବେଳେ ଜେନ୍ମଜୟ ପ୍ରଧାନ, କ୍ଷୀରସିନ୍ଧୁ ବଣୁଆ ସ୍କୋରର ଓ ଧାରାବିବରଣି ର ଭାର ସମ୍ଭାଳିଥିଲେ । କ୍ରିଡା ପରିଚାଳନା କମିଟି ସଭାପତି ଲିଂଗରାଜ ପ୍ରଧାନ ପ୍ରତି ଯୋଗୀତା ସଫଳ ରୁପେ ଶେଷ ହୋଇ ଥିବାରୁ ଦର୍ଶକ ଓ କମିଟି ର ସଦସ୍ଯ ମାନଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ ।