ଇଏ ଆଜ୍ଞା ଆମ ଶାସନ କଳ ! କାହାର କାହା ସାଙ୍ଗେ ନାହିଁ ତାଳମେଳ… ଅଳିଆ ଉଠାଇବ କିଏ ଆସନ୍ତୁ ଦେଖିବା ଚାଲ

ନୂଆପଡା : ସ୍ଥାନୀୟ ମିନି ଷ୍ଟାଡିୟମ ନୂଆପଡା ଠାରେ ଚଳିତ ମାସ ୧୩ ତାରିଖ ରୁ ୧୭ ତାରିଖ ପର୍ଯ୍ୟନ୍ତ ଓରମାସ, ପାନୀୟ ଜଳ ବିଭାଗ ଓ ଜିଲ୍ଲା ପ୍ରଶାସନ ତରଫରୁ ରୁ ପଲ୍ଲିଶ୍ରୀ ମେଳା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଥିଲା । କାର୍ଯ୍ୟକ୍ରମରେ ସ୍ଥାନୀୟ ବିଧାୟକ, ଜିଲ୍ଲାପାଳ ଓ ସମସ୍ତ ଅଧିକାରୀ ଙ୍କ ଠୁ ନେଇ କି ବିଭିନ୍ନ ରାଜ୍ୟ ର କାଳ, ହସ୍ତଶିଳ୍ପ ଓ କଳାକାର ଆସି ଏଠାରେ ଯୋଗଦାନ କରି ଥିଲେ ।

ଦୀର୍ଘ ୫ ଦିନ ଧରି ଏହି କାର୍ଯ୍ୟକ୍ରମ ହୋଇ ଥିଲା. କିନ୍ତୁ ବର୍ତମାନ ସ୍ଥାନୀୟ ମିନି ଷ୍ଟାଡିୟମ ରେ ଏତେ ପରିମାଣ ରେ ଅଳିଆ ଆବର୍ଜନା ହୋଇ ଅଛି ଯେ ଷ୍ଟାଡିୟମ ଭିତରକୁ ପସିବା ପାଇଁ ମନ ହେଉନି ଲୋକଙ୍କର । ବିଭିନ୍ନ ସ୍ଥାନ ରେ ଭଙ୍ଗା କାଚ ପଡିଛି, ପ୍ଲାଷ୍ଟିକ ର ଖାଲି ପାଣି ବୋତଲ, ପାଣି ପାଉଜ ଜରି, ପଲିଥିନ ଜରି, ନିୟୁଜ ପେପର ର କାଗଜ ଓ କେତେକ ଜାଗା ରେ ପୁରୁଣା ଖାଇବା ଜିନିଷ ସବୁ ପାଇଁ ଗନ୍ଧ ହେଉଛି ।

ଏ ସବୁ ଅଳିଆ ଆବର୍ଜନା କୁ ସଫା କରିବ କିଏ ବୋଲି ସ୍ଥାନୀୟ ଜନସାଧାରଣ ଙ୍କ ଠାରେ ମତ ପ୍ରକାଶ ପାଇଛି. ସକାଳ ସମୟ ରେ ଲୋକ ଏଠାକୁ କେହି ମର୍ନିଙ୍ଗ ୱାର୍କ କରିବା ପାଇଁ ଆସନ୍ତି ତ ଆଉ କେତେ ଜଣ ଯୁବକ ମାନେ କ୍ରିକେଟ ଓ ଭଲ୍ଲିବଲ ଖେଳିବା ପାଇଁ ଆସିଥାନ୍ତି କିନ୍ତୁ ଏ ସବୁ ଅଳିଆ ଆବର୍ଜନା ଦେଖି ଘର କୁ ଫେରି ଯାନ୍ତି । ନୂଆପଡା ଜିଲ୍ଲା ପ୍ରଶାସନ ଙ୍କୁ ଏହା ଉପରେ ତୁରନ୍ତ ପଦକ୍ଷେପ ନେବା କଥା ବୋଲି ସ୍ଥାନୀୟ ଜନସାଧାରଣରେ ଚର୍ଚ୍ଚା ହୋଉଛି ।

ନୂଆପଡାରୁ ମହେନ୍ଦ୍ର କୁମାର ବାଗ(ରାହୁଲ)ଙ୍କ ରିପୋର୍ଟ odiabarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.