ରାୟଗଡା,୨୨/୨: ରାୟଗଡା ଜିଲ୍ଲା କନ୍ଧମାଲିଗାଁ ଗ୍ରାମ ପଂଚାୟତ ଅଧିନସ୍ଥ ଚାନ୍ଦିଲି ଥାନା ଅନ୍ତର୍ଗତ କାଶିଲି ଗ୍ରାମରେ ଥିବା ପାହାଡିଆ ଜଙ୍ଗଲ ନିକଟରେ ଗଂଜେଇ ଚୋରା ଚାଲାଣ ହେଉଥିବା ନେଇ ବିଶେଷ ସୂତ୍ରରୁ ଖବର ପାଇ ଚାନ୍ଦିଲି ପୋଲିସ ପକ୍ଷରୁ ଚଢାଉ କରାଯାଇଥିଲା ।
ଘଟଣାସ୍ଥଳରେ ବିକ୍ରି କରିବା ପାଇଁ ଗ୍ରାହକଙ୍କୁ ଅପେକ୍ଷା କରିଥିବା ୨ଜଣ ଗଂଜେଇ ବ୍ୟବସାୟୀଙ୍କୁ ଗିରଫ କରି ସେମାନଙ୍କ ଠାରୁ ୩ଟି ବସ୍ତାରୁ ୭୧କେଜି ୦୨୫ ଗ୍ରାମ୍ ଗଂଜେଇ ଜବତ କରିବାରେ ସଫଳ ହୋଇଥିଲା ଚାନ୍ଦିଲି ପୋଲିସ ।
ଗିରଫ ଦୁଇ ଜଣ ହେଲେ ଗୁଣୁପୁର ଥାନା ଅଧିନର ଗୁମୁଡା ଗ୍ରାମର ଶ୍ରୀରାମ ରବିନ୍ଦ୍ର(୩୦) ଓ ବିଷମକଟକ ଥାନା ଅଧିନସ୍ଥ ମାଣ୍ଡାପାଇ ଗ୍ରାମର ସିମାଞ୍ଚଳ କୁଟ୍ରୁକା ବୋଲି ଚାନ୍ଦିଲି ଥାନା ଭାରପ୍ରାପ୍ତ ଅଧିକାରୀ ଡିଏସପି ସତ୍ୟବିକାଶ ଭୂୟାଁ ସୂଚନା ଦେଇଛନ୍ତି ।