ଜାତି ଉଦ୍ଦେଶ୍ୟରେ ଉତ୍ସର୍ଗ କଲେ
ସିଓଲ୍,୨୨/୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପାଇଛନ୍ତି ସିଓଲ୍ ଶାନ୍ତି ପୁରସ୍କାର। ଅନ୍ତର୍ଜାତୀୟ ସହଯୋଗ ଓ ବିଶ୍ୱ ଅର୍ଥନୈତିକ ଅଭିବୃଦ୍ଧି କ୍ଷେତ୍ରରେ ତାଙ୍କ ଯୋଗଦାନ, ଦ୍ରୁତ ଅଭିବୃଦ୍ଧିଶୀଳ ଭାରତୀୟ ଅର୍ଥବ୍ୟବସ୍ଥାକୁ ପ୍ରୋତ୍ସାହନ ଦେଇ ମାନବତାର ବିକାଶକୁ ତ୍ୱରାନ୍ୱିତ କରିବା ଏବଂ ଦୁର୍ନୀତି ବିରୋଧୀ ତଥା ସାମାଜିକ ସଂହତି ପ୍ରୟାସ ଜରିଆରେ ଗଣତନ୍ତ୍ରର ବିକାଶକୁ ଆଗେଇ ନେବା ଦିଗରେ ସମର୍ପିତ ପ୍ରୟାସ ଲାଗି ତାଙ୍କୁ ଏହି ପୁରସ୍କାରରେ ସମ୍ମାନିତ କରାଯାଇଛି।
ପୁରସ୍କାର ଗ୍ରହଣ କରି ମୋଦୀ ଏହାକୁ ଜାତି ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି। ପୁରସ୍କାର ବାବଦରେ ମିଳିଥିବା ୨୦୦୦ ଡଲାର୍ ନମାମି ଗଙ୍ଗା କାର୍ଯ୍ୟକ୍ରମରେ ବ୍ୟବହାର କରାଯିବ। ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜନ୍ମ ବାର୍ଷିକ ପାଳନ ବର୍ଷରେ ମୋତେ ଏହି ପୁରସ୍କାର ପ୍ରଦାନ କରାଯାଉଥିବାରୁ ମୁଁ ଗୌରବାନ୍ଵିତ ମନେ କରୁଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦକ୍ଷିଣ କୋରିଆ ଗସ୍ତରେ ଅଛନ୍ତି। ସିଓଲର ବ୍ଲୁ ହାଉସରେ ମୋଦିଙ୍କୁ ଦକ୍ଷିଣ କୋରିଆର ରାଷ୍ଟ୍ରପତି ମୁନ ଜେ ଇନ୍ ଏବଂ ତାଙ୍କ ପତ୍ନୀ କିମ୍ ଜଙ୍ଗ୍ ସୁକ୍ ସ୍ବାଗତ କରିଥିଲେ।