ଔଦ୍ଧତ୍ୟର ଜବନିକା ପଡିବ ନା ପୁଣି ଦେବାଶିଷଙ୍କ ପରି ବିଧାୟକ ଓଡିଶାର ନାକ କଟାଉଥିବେ

ବିଜେଡି ବିଧାୟକ ଦେବାଶିଷ ସାମନ୍ତରାୟଙ୍କ ଉଦ୍ଧତ୍ତପଣ ଯୋଗୁ ଓଡିଶା ବିଶ୍ବ ସମୁଦାୟରେ ନିନ୍ଦିତ ହେବା ସହ ଜାତୀୟତାରେ ଆଘାତ ଲାଗିଛି । ଦେବାଶିଷ ସହିଦଙ୍କୁ ଅସମ୍ମାନ କରିବାସହ ଦେଶକୁ ସାରା ବିଶ୍ୱରେ ଲଜ୍ଜିତ କରିଛନ୍ତି । କିଛିଦିନ ତଳେ ପାକିସ୍ତାନ ଗଣ ମାଧ୍ୟମରେ ଦେବାଶିଷ ଷ୍ଟୋରୀ ଚର୍ଚାର ବିଷୟ ପାଳଟି ସାରା ବିଶ୍ବକୁ ପ୍ରସାରୀ ଯାଇଥିଲା । ତେବେ ବିଜେଡି ମୁଖିଆ ଏହି ବାହୁବଳୀ ବିଧାୟକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବାରେ ବିଳମ୍ବ କରିବା ତାଙ୍କ ସ୍ବଚ୍ଛ ଭାବ ମୂର୍ତ୍ତି ଉପରେ ପ୍ରଶ୍ନବାଚି ଶୃଷ୍ଟି କରୁଚି ବୋଲି ସାଧାରଣରେ ଚର୍ଚା ଆଲୋଚନା ଯୋର ଧରିଛି ।

ପୁଲୱାମା ବିସ୍ଫୋରଣରେ ଓଡିଶାର ଦୁଇଜଣ ସିଆରପିଏଫ ଯବାନ ସହିଦ ହୋଇଥିଲେ । ସହିଦ ମନୋଜ ବେହେରାଙ୍କ ଶେଷକୃତ୍ୟ ସମୟରେ ବିଜେଡି ବିଧାୟକ ଦେବାଶିଷ ସାମନ୍ତରାୟ ସହିଦଙ୍କ ଦାଦାଙ୍କୁ ଧକ୍କା ଓ ତଣ୍ଟିଆ ମାରିଥିଲେ । ଏହି ଭିଡିଓକୁ ପାକିସ୍ତାନ ଗଣମାଧ୍ୟମ ପ୍ରସାରଣ କରିଥିଲା । ଯେଉଁଥିରେ ଭାରତୀୟ ନେତା ଏବଂ ଜନତାଙ୍କ ସହିଦଙ୍କ ପ୍ରତି କେତେ ଭଲ ପାଇବା ରହିଛି ତାହାର ଏହା ବାସ୍ତବ ଚିତ୍ର ବୋଲି କୁହାଯାଇଥିଲା  । ଫଳରେ ଜାତିୟତାରେ ଆଘାତ ପହଞ୍ଚିଛି ।

ପୂର୍ବରୁ ବିଧାୟକ ଦିବ୍ୟଶଙ୍କର ମିଶ୍ର ସଭା ମଞ୍ଚ ଉପରୁ ଜଣେ ଦିବ୍ୟାଙ୍ଗକୁ ଜୀବନରେ ମାରିଦେବାର ଧମକ  ଓ ପ୍ରଶାନ୍ତ ଜଗଦେବ ସାଧାରଣ ଜନତାଙ୍କ ଉପରେ ଦାଦାଗିରି କରିବା ବିଷୟରେ ରାଜ୍ୟ ବାସୀ ଭଲ ଭାବରେ ଜାଣନ୍ତି । ଆଗକୁ ଆଉ ଏପରି ଘଟଣା ସବୁର ପୁନରାବୃତ୍ତି ନଘଟୁ । ଓଡିଶା ଆଉ ନିନ୍ଦିତ ନହେଉ ।

ଓଡିଶା ଏକ ଶାନ୍ତିପ୍ରିୟ ରାଜ୍ୟ ଏହି ମାଟିର ସାଧାରଣ ଜନତା ଅତି ସରଳ । ବନ୍ଧୁତ୍ବ ରକ୍ଷା ଓ ବନ୍ଧୁ ବତ୍ସଳ ଗୁଣ ଯୋଗୁଁ ଏମାନେ ସାରା ଦେଶରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛନ୍ତି । ସେହି ଜନତାର ଭୋଟରେ ବିଧାୟକ ପରି ଏକ ମର୍ଯ୍ୟଦାପୂର୍ଣ୍ଣ ଆସନରେ ବସିଥିବା ନେତାମାନେ ସେହି ଲୋକ ମାନଙ୍କ ସହ ଏପରି ବ୍ୟବହାର କେତେଦୂର ଗ୍ରହଣିୟ ସେକଥା ସୁଧୀଜନେ ବିଚାର କରନ୍ତୁ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.