ମାନବ ସେବା ହିଁ ମାଧବ ସେବା
ନୂଆପଡା,୨୪/୨: ଟାନୱାଟ ସ୍ଥିତ ବିଜୁ ପଟ୍ଟନାୟକ ମାନସିକ ଅନଗ୍ରସର ସ୍ୱତନ୍ତ୍ର ବିଦ୍ୟାଳୟକୁ ଜିଲ୍ଲା କୋଷାଗାର ଅଧିକାରୀ ସଂଗ୍ରାମ କେଶରୀ ସାମନ୍ତରାୟ ତାଙ୍କ ସହଯୋଗୀଙ୍କ ସହ ବିଦ୍ୟାଳୟ ପରିଭ୍ରମଣ କରି ଥିଲେ । ବିଦ୍ୟାଳୟରେ ଅଧ୍ୟୟନରତ ସେହି ଛୋଟ ଛୋଟ ଶିଶୁଙ୍କ ସହ କିଛି ସମୟ କାଟି ତାଙ୍କୁ ଜୀବନରେ କିଛି କରିବା ପାଇଁ ଅଭିଭାଷଣ କ୍ରମେ ମାର୍ଗ ଦର୍ଶନ ଦେଇଥିଲେ । ଦୃଢ ଇଛା ଶକ୍ତି ଓ ମନୋବଳକୁ ଦୃଢ କଲେ ଜୀବନରେ ଯେତେ ବି କଠିନ ପରିସ୍ଥିତି ଉପୁଜୁ ତାହାକୁ ହରାଇ ହୁଏ ବୋଲି ସେ କହି ଥିଲେ ।
କିଛି ମାସ ପୂର୍ବେ ଶ୍ରୀ ସାମନ୍ତରାୟ ଏହି ବିଦ୍ୟାଳୟ ଗ୍ରସ୍ତ କରି ଥିଲେ ସେ ଦେଖିଲେଯେ ସରକାରଙ୍କ ଅନୁଦାନ ଯଥେଷ୍ଟ ହେଉନି ଏହି ଦିବ୍ୟାଙ୍ଗ କୁନି ଛୁଆ ମାନଙ୍କ ପାଇଁ । ସେଥିପାଇଁ ଶ୍ରୀ ସାମନ୍ତରାୟ ସେହି କୁନି ଛୁଆଙ୍କ ପାଇଁ କିଛି କରିବା ପାଇଁ ଚିନ୍ତା କରି କଲେ ।
ଏହି ଅବସରରେ ତାଙ୍କର କିଛି ସାହଯୋଗୀ ତଥା ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ମଧ୍ୟରୁ ଶ୍ରୀନିବାସ ସାହୁ, ସୁଶାନ୍ତ କୁମାର ଦାସ, ସଂଯୁକ୍ତା ରାଉତ, ଡାକିଳ ବେହେରା, ଭାରତ ରାମ ମିର୍ଧା, କୈଳାଶ ମାଝୀ, ଗୋପାଳ ନିଆଳ ପ୍ରମୁଖ ଏହି କାର୍ଯ୍ୟକ୍ରମ ରେ ସାମିଲ ଥିଲେ ।
ଶ୍ରୀ ସାମନ୍ତରାୟ ଏହି ବିଦ୍ୟାଳୟ ର ସମସ୍ତ ଛାତ୍ରୀ ଛାତ୍ର ଙ୍କୁ ଖରା ଦିନ ଆସୁଥିବାରୁ ଚପଲ, କୀଟାଣୁରୁ ରକ୍ଷା ପାଇଁ ଲାଇଫବୟ ସାବୁନ, କିଛି ଫଳ ମୂଳ ଓ ମିଷ୍ଟାର୍ଣ୍ଣ ବଣ୍ଟନ କରି ଥିଲେ । ସତରେ ଆଜି ଦିନରେ ଏଭଳି ସରକାରୀ ଅଧିକାରୀ ନିଜେ ନିଜର ଖର୍ଚ୍ଚରେ ମାନସିକ ଅନଗ୍ରସର ଛୁଆଙ୍କୁ ନିସ୍ଵାର୍ଥପର ସେବା କରିବା ବହୁତ କାମ ଦେଖିବାକୁ ମିଳେ ବୋଲି ସ୍ଥାନୀୟ ଜନସାଧାରଣ ରେ ଚର୍ଚ୍ଚା ହେଉଛି ।
ଏଠାରେ ପ୍ରକାଶ ଯୋଗ୍ୟ ଯେ, ଏହି ବିଦ୍ୟାଳୟ ରେ 60 ଜଣ ମାନସିକ ଅନଗ୍ରସର ଛାତ୍ରୀ ଛାତ୍ର ଆବାସିକ ଭାବେ ଅଧ୍ୟୟନ କରନ୍ତି । ଶ୍ରୀଯୁକ୍ତ ସାମନ୍ତରାୟଙ୍କୁ ଏ ବିଷୟରେ ପଚାରିବୁରୁ ସେ କହିଲେ ମୋ ଭଳି ଅନ୍ୟ ଅଧିକାରୀ ମଧ୍ୟ ଏଭଳି ମହତ କାର୍ଯ୍ୟ କରିବା ପାଇଁ ଆଗକୁ ଆସନ୍ତୁ ଯାହା ଫଳରେ ଆମ ସମାଜର ସାମୁହିକ ଭାବେ ବିକାଶ ହେବ ବୋଲି ଆମ୍ଭ ପ୍ରତିନିଧିଙ୍କ ପାଖରେ ପ୍ରକାଶ କରିଛନ୍ତି ।