ଗୋରଖପୁର ଠାରୁ ‘ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧୀ’ ଯୋଜନାର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ,୨୪/୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଗୋରଖପୁର ଠାରୁ ‘ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧୀ’ ଯୋଜନାର ଶୁଭାରମ୍ଭ କରିଛନ୍ତି । ଏହି ଯୋଜନାରେ ପାଞ୍ଚ ଏକରରୁ କମ ଭୂମିଥିବା ଚାଷୀଙ୍କୁ ପ୍ରତିବର୍ଷ ୬ହଜାର ଟଙ୍କା ପ୍ରଦାନ କରାଯିବ । ସରକାରଙ୍କ କହିବାକଥା ହେଲା ଏହି ଯୋଜନା ମାଧ୍ୟମରେ ଦେଶର ୧୨ କୋଟି କୃଷକଙ୍କୁ ଏହି ଯୋଜନାର ସିଧା ଲାଭ ମିଳିବ । ଏହି ଯୋଜନାର ଏକ ବୈଶିଷ୍ଟ ଏହିକି ଏଠାରୁ ସିଧା ଚାଷୀଙ୍କ ବ୍ୟାଙ୍କ ଖାତାରେ ପଇସା ପଡିବ । ଏଥିରେ କୌଣସି ପ୍ରକାରର ଦୂର୍ନିତି ହେବାର ଆଶଙ୍କା ରହିବନାହିଁ । ଏହାଦ୍ବାରା ସରକାରଙ୍କ ପ୍ରତି କୃଷକ ମାନଙ୍କ ବିଶ୍ବାସ ଜନ୍ମିବ ଓ ସେମାନଙ୍କ ଆତ୍ମବିଶ୍ବାସ ଦୃଢିଭୂତ ହେବ ।

ତେବେ ସାଧାରଣ ନିର୍ବାଚନ ପୂର୍ବରୁ ମୋଦୀ ସରକାରଙ୍କ ଏହି ଘୋଷଣା ପୂନର୍ବାର କ୍ଷମତାକୁ ଫେରିବାପାଇଁ ଏକ ପ୍ରୟାସ ବୋଲି କୁହାଯାଇପାରେ । ତେବେ ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧୀ ଯୋଜନା ଚାଷୀଙ୍କ ପାଇଁ ଏକ ବଡ ଉପହାର ବୋଲି ଚର୍ଚା ଆରମ୍ଭ ହୋଇଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published.

error: You are not allowed to copy this content. Thank you.