ରାଷ୍ଟ୍ରିୟ ଯୁଦ୍ଧ ସ୍ମାରକୀକୁ ଆଜି ଦେଶ ପ୍ରତି ସମର୍ପିତ କରିବେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ,୨୫/୨: ‘ଚକ୍ରବ୍ୟୁହ’ର ସଂରଚନାରୁ ପ୍ରେରଣା ପାଇ ତିଆରି କରାଯାଇଥିବା ରାଷ୍ଟ୍ରିୟ ଯୁଦ୍ଧ ସ୍ମାରକୀକୁ ସୋମବାର ପ୍ରଧାନମନ୍ତ୍ରୀ ଉଦଘାଟନ କରିବେ । ଏଥିରେ ଚାରୋଟି ବୃତ୍ତାକାର ପରିସର ରହିବ ଓ ଏକ ଉଚ୍ଚ ସ୍ମୃତି ସ୍ଥମ୍ଭ ବି ରହିବ, ଯାହାର ତଳେ ଅଖଣ୍ଡ ଜ୍ୟୋତି ପ୍ରଜ୍ଜଳିତ ହୋଇ ରହିବ । ଚାରି ବୃତ୍ତର ନାମ ଅମର ଚକ୍ର, ବୀରତା ଚକ୍ର, ତ୍ୟାଗ ଚକ୍ର ଓ ରକ୍ଷକ ଚକ୍ର ହେବ ।

ପ୍ରଧାନମନ୍ତ୍ରୀ ସୋମବାର ଦିନ ସ୍ମାରକୀକୁ ରାଷ୍ଟ୍ର ପ୍ରତି ସମର୍ପିତ କରିବେ । ଇଣ୍ଡିଆ ଗେଟ ପାଖରେ ୪୦ ଏକର ଜମି ଉପରେ ନିର୍ମାଣ ହୋଇଥିବା ଏହି ସ୍ମାରକୀ ପାଇଁ ୧୭୪ କୋଟି ଖର୍ଚ ଧାର୍ଯ୍ୟ କରାଯାଇଥିଲା ଓ ରେକର୍ଡ ସମୟ ଏକ ବର୍ଷ ମଧ୍ୟରେ ସବୁ କର୍ଯ୍ୟ ସଂପନ୍ନ କରାହେବ ବୋଲି ଲକ୍ଷ ରଖାଯାଇଥିଲା । ଏହାର ୧୬ଟି କାନ୍ଥ ଉପରେ ୨୫,୯୪୨ ଯୋଦ୍ଧାଙ୍କ ନାମ, ରେଙ୍କ ଓ ରେଜିମେଣ୍ଟ ଉଲ୍ଲେଖ ରହିଛି, ଏସବୁ ଗ୍ରାନାଇଟ ପଥରରେ ରହିଛି । ୧୯୬୨ ଭାରତ-ଚିନ ଯୁଦ୍ଧ ୧୯୪୭, ୧୯୬୫, ୧୯୭୭ ଓ ୧୯୯୯ ଭାରତ-ପାକିସ୍ତାନ ଯୁଦ୍ଧ ତଥା ଶ୍ରୀଲଂକାରେ ଶାନ୍ତି ପ୍ରତିଷ୍ଟା ସମୟରେ ଆମର ବୀର ଯବାନ ମାନେ ନିଜର ସର୍ବୋଚ୍ଚ ବଳିଦାନ ଦେଇଥିଲେ । ଗତ ବର୍ଷ ଫେବୃଆରୀରୁ ଏହାର ନିର୍ମାଣ ଆରମ୍ଭ ହୋଇଥିଲା । ୧୯୭୧ ଭାରତ ପାକିସ୍ତାନ ଯୁଦ୍ଧରେ ସହିଦ ହୋଇଥିବା ଯବାନଙ୍କ ସ୍ମୃତିରେ ଇଣ୍ଡିଆ ଗେଟ୍ ତଳେ ୧୯୭୨ ମସିହାରୁ ପ୍ରଜ୍ଜଳିତ ହେଉଥିବା ଅମର ଯବାନ ଜ୍ୟୋତି ମଧ୍ୟ ପ୍ରଜ୍ଜଳିତ ହୋଇ ରହିବ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published.

error: You are not allowed to copy this content. Thank you.