ଶ୍ରୀମଦ ଭାଗବତ ମହାଗ୍ରନ୍ଥ ପାରାୟଣ 

କର୍ଲାମୁଣ୍ଡା,୨୫/୦୨: କଳାହାଣ୍ଡି ଜିଲ୍ଲା ମ. ରାମପୁର ବ୍ଳକର ବାଂକେଲ ଗ୍ରାମ ଠାରେ ଶ୍ରୀମଦ ଭାଗବତ ମହାଗ୍ରନ୍ଥ ପାରାୟଣ ଓ ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ମହାଗ୍ରନ୍ଥ ଟି ପାରାୟଣ କରୁଛନ୍ତି ପଶ୍ଚିମ ଓଡ଼ିଶାରେ ବ୍ୟାସ ଭାବରେ ପରିଚିତ ପ୍ରବଚକ ବ୍ୟାସ ସମ୍ରାଟ ପଣ୍ଡିତ ଅଜିତ କୁମାର ଦାଶ, ପ୍ରବଚିକା ଶୁଶ୍ରୀ ସସ୍ମିତା ପଣ୍ଡା । ଜଗତସିଂପୁରର ପୂଜକ ପ୍ରଭାତକୁମାର ଦାସ ରହିଥିବା ବେଳେ ଯଜ୍ଞକର୍ତା ଭାବେ ତ୍ରିଲୋଚନ ସାହୁ ଓ ଜୟନ୍ତୀ ସାହୁ ରହିଛନ୍ତି । ଏହି କାର୍ଯ୍ୟକ୍ରମ ସାତଦିନ ଧରି ଚାଲିବ । ସକାଳ ୭ଘଣ୍ଟା ରୁ ଆରମ୍ଭ ହୋଇ ସନ୍ଧ୍ୟା ୪ଘଣ୍ଟା ତାପରେ ସନ୍ଧ୍ୟା ୭ଘଣ୍ଟା ରେ ପ୍ରବଚନ କାର୍ଯ୍ୟକ୍ରମ ଟି ଆରମ୍ଭ ହୋଇଥାଏ । ଏଥିରେ ବହୁ ସଂଖ୍ୟା ରେ ଭକ୍ତମାନେ ଯୋଗଦାନ ଦେଇ ପ୍ରଭୁକୃପା ଲାଭ କରିଥାନ୍ତି ।

Report by Nabin Kishor Sahu, Karlamunda Correspondent odiabarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.