ନୂଆଦିଲ୍ଲୀ,୨୬/୨: ଆଜି ସକାଳ ୩. ୩୦ ସମୟରେ ଭାରତୀୟ ବାୟୁସେନାର ୧୨ଟି ନିରାଜ ଫାଇଟର ଜେଟସ୍ ନିୟନ୍ତ୍ରଣ ରେଖା (ଏଲଓସି) ପାର ହୋଇ ବାଲକୋଟ ସ୍ଥିତ ପାକ୍ ଅଧିକୃତ କଶ୍ମୀରରେ ଆତଙ୍କବାଦୀ ସଂଗଠନ ଜୈସ-ଏ-ମହମଦର ୧୨ଟି ଶିବିରକୁ ଧ୍ୱଂସ କରିଥିବା ଜଣାଯାଇଛି। ଏଥିରେ ଜୈସ୍ ଏ ମହମ୍ମଦର କଣ୍ଟ୍ରୋଲ୍ ରୁମ୍ ବି ଧ୍ୱଂସ ହୋଇଛି। ଏହି ଆକ୍ରମଣରେ ୩୦୦ ଆତଙ୍କବାଦୀ ମରିଥିବାର ସୂଚନା ମିଳିଛି। ଆତଙ୍କବାଦୀଙ୍କ ଆସ୍ଥାନ ଉପରେ ୧୦୦୦ କି.ଗ୍ରା. ବୋମା ମାଡ କରି ଭାରତୀୟ ଜେଟ ସୁରକ୍ଷିତ ଭାବେ ଫେରିଆସିଛି । ପୁଲଓ୍ବାମା ଆକ୍ରମଣର ୧୨ ଦିନ ପରେ ଭାରତୀୟ ସେନା ପାକିସ୍ତାନକୁ କଡା ଜବାବ ଦେଇଛି । ପ୍ରକାଶ କରିପାରୁ ନଥିଲେ ମଧ୍ୟ ଭୟରେ ଥରହର ହେଉଛି ପାକିସ୍ତାନ । ତେବେ ସବିଶେଷ ତଥ୍ୟ ସାମ୍ବାଦିକ ସମ୍ବିଳନୀ ପରେ ଜଣାପଡିବ ।