ସୀମାରେ ହାଇ ଆଲର୍ଟ : ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଉଚ୍ଚ ସ୍ଥରୀୟ ବୈଠକ

ନୂଆଦିଲ୍ଲୀ,୨୬/୨: ଭାରତୀୟ ବାୟୁସେନା ଆତଙ୍କବାଦୀ ଶିବିର ଉପରେ ଆଜି ବୋମା ମାଡ କରିବାପରେ ସୁରକ୍ଷା ଦୃଷ୍ଟିରୁ ସୀମାରେ ହାଇ ଆର୍ଲଟ ଜାରି କରାଯାଇଛି। ଏହାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଛି। ପ୍ରଧାନମନ୍ତ୍ରୀଙ୍କ ବାସ ଭବନରେ ଆୟୋଜିତ ଏହି ଉଚ୍ଚସ୍ଥରୀୟ ବୈଠକରେ ପ୍ରତିରକ୍ଷାମନ୍ତ୍ରୀ ନିର୍ମଳା ସୀଥାରମଣ, ସ୍ବରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂ, ବୈଦେଶିକମନ୍ତ୍ରୀ ସୁଷମା ସ୍ବରାଜ, ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ, ଭାରତୀୟ ସୁରକ୍ଷା ପରାମର୍ଶଦାତା ଅଜିତ୍‌ ଡୋଭାଲ ପ୍ରମୁଖ ଯୋଗ ଦେଇଥିଲେ ।

ଏହି ବୈଠକ ଇତିମଧ୍ୟରେ ସମାପ୍ତ ହୋଇଛି। ଏଥିରେ କେତେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଥିବାର ସୂଚନା ମିଳିଛି। ଏଠାରେ ସୂଚନାଯୋଗ୍ୟ ଯେ ଏହି ଆକ୍ରମଣରେ ୨୦୦ରୁ ୩୦୦ ଆତଙ୍କବାଦୀ ମରିଥିବା ଜଣାପଡ଼ିଛି । ଖୁବ୍‌ ଶୀଘ୍ର ଏ ସଂପର୍କରେ ସାମ୍ବାଦିକ ସମ୍ମିଳନୀ କରାଯାଇ ସେନା ପକ୍ଷରୁ ଏହି ତଥ୍ୟ ପ୍ରଦାନ କରାଯିବ। ଜାତୀୟ ସୁରକ୍ଷା ପରାମର୍ଶଦାତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଏ ସଂପର୍କରେ ସୂଚନା ଦେଇଛି। ଏହାକୁ ଭାରତର ଦ୍ୱିତୀୟ ପାକ୍‌ ସର୍ଜିକାଲ୍‌ ଷ୍ଟ୍ରାଇକ୍‌ ବୋଲି କୁହାଯାଉଛି। ବାୟୁସେନାର ଏହି ମିଶନ୍‌ ସଫଳ ହୋଇଛି। ପାକ୍‌ ଅଧିକୃତ କଶ୍ମୀରରେ ସେନାର କାର୍ଯ୍ୟକୁ ପ୍ରଶଂସା କରିଛନ୍ତି କଂଗ୍ରେସ୍‌ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published.

error: You are not allowed to copy this content. Thank you.