ବିଶ୍ବାସ ଘାତିନୀ ସ୍ତ୍ରୀ : ସ୍ବାମୀକୁ କ୍ଷୀରରେ ନିଶା ଦେଇ ସବୁ ଲୁଟିନେଲା

ନୂଆଦିଲ୍ଲୀ,୧୪/୧୧:

ସ୍ବାମୀର ବିଶ୍ବାସରେ ବିଷ ଦେଇଚି ସ୍ତ୍ରୀ । ସାତ ଜନ୍ମ ପର୍ଯ୍ୟନ୍ତ ଏକ ସାଙ୍ଗରେ ରହିବାକୁ ଅଗ୍ନୀକୁ ସାକ୍ଷୀରଖି ବିବାହ ବନ୍ଧନରେ ବାନ୍ଧି ହୋଇଥିବା ସ୍ତ୍ରୀ ସାଜିଛି ବିଶ୍ବାସ ଘାତିନୀ । ରାତିରେ କ୍ଷୀରସହ ନିଶା ଔଷଧ ମିସାଇ ପିଇବାକୁ ଦେଇ ସବୁ ଲୁଟି ନେଇଛି ସ୍ତ୍ରୀ। ଘଟଣାଟି ଘଟିଛି ଦିଲ୍ଲୀର ଯମୁନାନଗରର ରାହୁଲ ନାମକ ଜଣେ ଯୁବକଙ୍କ ଜୀବନରେ। ୨୨ ଦିନ ପୂର୍ବରୁ ଯେଉଁ ଯୁବତୀଙ୍କୁ ବିବାହ କରି ଘରକୁ ଆଣିଥିଲେ ଶେଷରେ ସେ ହଁ ତାଙ୍କଠାରୁ ଲୁଟି ନେଇଛନ୍ତି। ଏମିତିକି ତାଙ୍କ ପ୍ୟାଣ୍ଟ ଶାର୍ଟ ମଧ୍ୟ ଚୋରି କରି ଘରୁ ପଳାଇଛନ୍ତି। ଏପରିଏକ ଘଟଣା ଘଟିଛି ଦିଲ୍ଲୀର ଯମୁନାନଗର ଅଞ୍ଚଳରେ । ପ୍ରାପ୍ତ ସୂଚନାରୁ ପ୍ରକାଶଯେ ରାହୁଲ ନାମକ ଜଣେ ଯୁବକ କର୍ନଲ ଗ୍ରାମର ଜଣେ ଯୁବତୀଙ୍କ ସହ ବିବାହ କରିଥିଲା। ବିବାହର ମାତ୍ର ୨୨ ଦିନ ପରେ ରାତିରେ କ୍ଷୀରରେ ନିଶା ଔଷଧ ମିଶାଇ ସ୍ବାମୀଙ୍କୁ ପିଆଇ ଦେଇଥିଲେ। ଏହାପରେ ଘରୁ ଗହଣା, ଟଙ୍କା ସବୁ ଲୁଟି ଦେଇ ରାତାରାତି ଫେରାର୍‌ ହୋଇଯାଇଥିଲେ ସେ। ପରଦିନ ସକାଳେ ଯୁବକଙ୍କ ପରିବାର ଲୋକେ ତାଙ୍କୁ ଅଚେତ୍‌ ଅବସ୍ଥାରେ ଦେଖି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।  ଚେତା ଫେରିବା ପରେ ଯୁବକ ଜଣଙ୍କ ପରିବାର ଲୋକଙ୍କୁ ସବୁକଥା ଜଣାଇଥିଲେ। ଏନେଇ ସ୍ଥାନୀୟ ଥାନାରେ ଏକ ଏତଲା ଦାୟର ହୋଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.