କାଞ୍ଚନବେନ ରସିକଲାଲ ଢୋଲକିଆ ଚାରିଟେବଲ ଟ୍ରଷ୍ଟ ଖରିଆର ଦ୍ୱାରା ସାମୁହିକ ଆଦର୍ଶ ବିବାହ କାର୍ଯ୍ୟକ୍ରମ 

ନୂଆପଡା,୨୭/୨: ସ୍ଥାନୀୟ ଗୁରୁକୁଳ ସେବାଶ୍ରମ ଆମସେନା ଠାରେ ‘କାଞ୍ଚନବେନ ରସିକଲାଲ ଢୋଲକିଆ ଚାରିଟେବଲ ଟ୍ରଷ୍ଟ,ଖରିଆର’ ଦ୍ୱାରା ସାମୁହିକ ଆଦର୍ଶ ବିବାହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ଏହି ଟ୍ରଷ୍ଟର ପରିଚାଳକ ବିଜେଡି ଜିଲ୍ଲା ସଭାପତି ତଥା ପୂର୍ବତନ ବିଧାୟକ ରାଜେନ୍ଦ୍ର ଢୋଲକିଆ (ରାଜୁ ଭାଇ ) ବିଭିନ୍ନ ସମୟରେ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ଅନେକ କାର୍ଯ୍ୟକ୍ରମର ଆୟୋଜନ କରିଥାନ୍ତି ସେଥି ମଧ୍ୟରୁ ସାମୁହିକ ଆଦର୍ଶ ବିବାହ କାର୍ଯ୍ୟକ୍ରମ ନିଆରା ଓ ସ୍ବତନ୍ତ୍ର ।

ଏହି କାର୍ଯ୍ୟକ୍ରମ ବର୍ଷକୁ ଥରେ ଅନୁଷ୍ଠିତ ହୋଇଥାଏ । ଯେଉଁ ଲୋକ ମାନେ ତାଙ୍କ ଝିଅଙ୍କୁ ଟଙ୍କା ପାଇଁ କିମ୍ବା ଉଚିତ ବର କିମ୍ବା କନ୍ୟା ପ୍ରାର୍ଥୀ ମିଳୁ ନଥିବାରୁ ବାହା କରାଇ ପାରନ୍ତି ନାହିଁ ସେମାନଙ୍କ ମଧ୍ୟରୁ ଯୋଗ୍ୟ ବିବେଚିତ ପ୍ରାର୍ଥୀଙ୍କୁ ବିବାହ କରାଇ ଦିଆ ଯାଇଥାଏ । ୭ ବର୍ଷ ଧରି ଏପରି କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇ ସାରିଛି ଯାହାଫଳରେ ୪୦୦ ଯୋଡି ବାହା ହୋଇ ଛନ୍ତି । ଗତ ବର୍ଷ ୧୧ଟି ଯୋଡିଙ୍କୁ ବାହା କରା ଯାଇ ଥିଲା । ଏ ବର୍ଷ ବାହା ହୋଇଥିବା ଯୋଡ଼ିଙ୍କ ସଂଖ୍ୟା ବୃଦ୍ଧି ପାଇ ୧୪ରେ ପହଞ୍ଚିଛି । ପ୍ରକାଶ ତଥ୍ୟ ଅନୁସାରେ ଉଭୟ ଝିଅ ଓ ପୁଅ ଙ୍କ ସମ୍ପର୍କୀୟ ତଥା ବନ୍ଧୁ ବାନ୍ଧବଙ୍କୁ ବାହାଘର ନିମନ୍ତ୍ରଣ ଦେବା ପାଇଁ ୨୦ ରୁ ୨୫ଟି ନିମନ୍ତ୍ରଣ ପତ୍ର ଏହି ଟ୍ରଷ୍ଟ ଯୋଗାଇଦିଏ ।

ବିବାହ ବନ୍ଧନରେ ଆବଦ୍ଧ ହେଉଥିବା ପ୍ରତେକ ଯୋଡ଼ାଙ୍କୁ ଉପହାରରେ ନିତିଦିନିଆ ବ୍ୟବହାର କରୁ ଥିବା ଜିନିଷ ଯେମିତି କି ପଳଙ୍କ, ଆଲମାରି, ପଙ୍ଖା, କିରାନା ସାମଗ୍ରୀ, ରୋଷଇ ଗୃହ ସାମାନ ଆଦି ଦିଆ ହୁଏ । ବାହାଘର ଦିନ ବର ଓ କନ୍ୟାର ପୋଷାକ ମଧ୍ୟ ଏହି ଟ୍ରଷ୍ଟ ତରଫରୁ ଯୋଗାଇ ଦିଆଯାଏ । ସବୁ ଯୋଡ଼ି ଗୋଟିଏ ପାଖରେ ବସି ବିବାହ କରନ୍ତି । ସମସ୍ତଙ୍କର ଭୋଜନ  ବ୍ୟବସ୍ଥା ମଧ୍ୟ କରା ଯାଇ ଥାଏ । ସାମୁହିକ ବରାତି ଖରିଆର ରୋଡ ନଗର ପରିକ୍ରମା  କରାଯାଇଥାଏ ବୋଲି ଶ୍ରୀ ଢୋଲକିଆ ସୂଚନା ପ୍ରଦାନ କରିଛନ୍ତି ।

ନୂଆପଡାରୁ ମହେନ୍ଦ୍ର କୁମାର ବାଗ(ରାହୁଲ)ଙ୍କ ରିପୋର୍ଟ odiabarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published.

error: You are not allowed to copy this content. Thank you.