ଆବେଦନର ୮ ମାସ ପରେବି ବାର୍ଦ୍ଧକ୍ୟ ଭତ୍ତା ପାଇ ପାରୁ ନାହାନ୍ତି ଗୃହରକ୍ଷୀ ଭାଗବତ ଦାସ ବାବା

ନୂଆପଡା,୨୭/୨: ସ୍ଥାନୀୟ ମାଉଲିଭାଟି ପଞ୍ଚାୟତ ଅଧିନସ୍ଥ ଝିଲମିଲା ଗାଁର ବାସିନ୍ଦା ଭାଗବତ ଦାସ । ବୟସର ଅପରାହ୍ନରେ ପହଞ୍ଚିଥିବା ବାବା ୩୪ ବର୍ଷ ଧରି ଗୃହରକ୍ଷୀ ବାହିନୀ ରେ କାର୍ଯ୍ୟ କରି ଅବସର ଗ୍ରହଣ କରିଛନ୍ତି । ତାଙ୍କର ପୁଅ ଝିଅ କେହିଁ ଆହା ସାହା ହେବାକୁ । ଦୈନିକ ମଜୁରୀ ୫ ଟଙ୍କା ରୁ ନେଇ ୩୦୦ ଟଙ୍କା ପର୍ଯ୍ୟନ୍ତ ନେଇ ସେବା କରି ଆସୁଥିଲେ । ବର୍ତମାନ ବୟସାଧିକ୍ୟ ପାଇଁ ସେ ଛୋଟ କାମଟିଏ କରିବା ପାଇଁ ମଧ୍ୟ ଅସମର୍ଥ ହୋଇପଡିଛନ୍ତି । ଗୃହରକ୍ଷୀ ସଂସ୍ଥାରେ ଅବସର କାଳିନ ସହାୟତା ନାହିଁ । ଗତ ୮ ମାସ ତଳେ ସେ ବାର୍ଦ୍ଧକ୍ୟ ଭତ୍ତା ପାଇବା ପାଇଁ ଆବେଦନ କରି ଥିଲେ, କିନ୍ତୁ ବର୍ତମାନ ପର୍ଯ୍ୟନ୍ତ ଏହାର ସୁବିଧା ସେ ପାଇ ପାରି ନାହାନ୍ତି । ତାଙ୍କର ଖାଉଟି କାର୍ଡ ମଧ୍ୟ ନାହିଁ ଯାହାଫଳରେ ଆଗାମୀ ଦିନ ମାନଙ୍କରେ ସେ ନିଜର ଖାଦ୍ୟ ଓ ସ୍ୱାସ୍ଥ୍ୟ ଚିନ୍ତା ରେ ପଡି ଯାଇଛନ୍ତି । ଜିଲ୍ଲା ପ୍ରଶାସନ, ପୋଲିସ ବିଭାଗ ଅଥବା ବ୍ଲକ କର୍ତ୍ତୁପକ୍ଷ ଏହି ଅସହାୟ ବୃଦ୍ଧଙ୍କୁ ସହାୟତା କରନ୍ତୁ ବୋଲି ଜନସାଧାରଣ ଦାବି ହେଉଛି ।

ନୂଆପଡାରୁ ମହେନ୍ଦ୍ର କୁମାର ବାଗଙ୍କ ରିପୋର୍ଟ odiabarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published.

error: You are not allowed to copy this content. Thank you.