କୌଣସି ମୁହୂର୍ତ୍ତରେ ହୋଇପାରେ ଯୁଦ୍ଧ : ପ୍ରଧାନମନ୍ତ୍ରୀଙ୍କ ସହ ରୁଦ୍ଧଦ୍ବାର ବୈଠକରେ ତିନିସେନା ମୁଖ୍ୟ

ନୂଆଦିଲ୍ଲୀ,୨୭/୨: ପାକିସ୍ତାନ ପକ୍ଷରୁ ସୀମାରେ ବାରମ୍ବାର ଆକ୍ରମଣ ସହ ଅସ୍ତ୍ରବିରତି ଉଲଂଘନ କରାଯିବା ଘଟଣାକୁ ଗମ୍ଭୀରତାର ସହ ନେଇଛି ଭାରତ । ପାକିସ୍ତାନକୁ ତାର ଔଦ୍ଧତ୍ୟର ଫଳ ଦେବା ପାଇଁ ତିନି ସେନାକୁ ପ୍ରସ୍ତୁତ ରହିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଭାରତ ସରକାର । ଏହି ପରିପ୍ରେକ୍ଷୀରେ ଆଜି ଦିନ ମଧ୍ୟରେ ଦ୍ୱିତୀୟ ଥର ଲାଗି ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ତିନି ସେନାର ମୁଖ୍ୟଙ୍କ ସହ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଡକାଯାଇଥିବା ଏହି ଜରୁରୀ ଉଚ୍ଚସ୍ତରୀୟ ବୈଠକରେ ତିନି ସେନାର ମୁଖ୍ୟମାନେ ଉପସ୍ଥିତ ଥିଲେ୍ । ସଂଧ୍ୟା ୬ଟା୪୦ରୁ ୭ଟା୪୦ପର୍ଯ୍ୟନ୍ତ ପ୍ରାୟ ଏକ ଘଣ୍ଟା କାଳ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଏହି ରୁଦ୍ଧ ଦ୍ୱାର ବୈଠକ ଚାଲିଥିଲା । ତେବେ ବୈଠକରେ କଣ ନିଷ୍ପତ୍ତି ନିଆଯାଇଥିଲା ତାହା ଗଣମାଧ୍ୟମ ଆଗରେ ସେନା ମୁଖ୍ୟମାନେ ପ୍ରକାଶ କରିନଥିଲେ ମଧ୍ୟ ପାକିସ୍ତାନ ଉପରେ ଭାରତ କୈଣସି ମୁହୂର୍ତ୍ତରେ ଆକ୍ରମଣ କରିପାରେ ବୋଲି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଚାଲିଛି ।

For latest news & updates, click on bell button and subscribe to notifications.

Like us on Facebook👇

http://facebook.com/odiabarta

Subscribe us on Youtube👇

http://tiny.cc/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published.

error: You are not allowed to copy this content. Thank you.