●´ ଗଞ୍ଜେଇ ବ୍ୟବସାୟୀଙ୍କ କବଜାରେ ରାୟଗଡ ଜିଲ୍ଲା
ରାୟଗଡା,୨୭/୨: ଥମୁନି ରାୟଗଡ ଜିଲ୍ଲାରେ ଗଞ୍ଜଇ ଚୋରା ଚାଲାଣ । ଅଳ୍ପ ଦିନଗୁଡିକ ବ୍ୟବଧାନରେ ପୋଲିସ ଦ୍ୱାରା ଗଂଜେଇ ଜବତ ଗଣମାଧ୍ୟମରେ ଶୀର୍ଷକ ଖବର ପାଲୁଟୁ ଥିଲେ ସୁଦ୍ଧା ଚୋରା ଚାଲାଣକାରୀ ତଥା ଗଂଜେଇ ବ୍ୟବସାୟୀମାନେ ପୋଲିସର ଗିରଫଦାରୀକୁ ଖାତିର ନ କରି ଏହି ବ୍ୟବସାୟକୁ ଦିବାଲୋକରେ ଚଳାଉଛନ୍ତି । ଫଳରେ ଯୁବପୀଢି ଏହି ଗଂଜେଇ ନିଶା କବଳରେ ପଡି ନିଜ ଭବିଷ୍ୟତକୁ ଅନ୍ଧାରରେ ଠେଲି ଦେଉଛନ୍ତି । କିଛିଦିନ ତଳେ ରାୟଗଡ ଜିଲ୍ଲା ପଦ୍ମପୁର ଥାନା ପୋଲିସ ୪୩୬ କେଜି ଓ ଚାନ୍ଦିଲି ଥାନା ପକ୍ଷରୁ ୭୧କେଜିରୁ ଉର୍ଦ୍ଧ ଗଂଜେଇ ଚୋରା ଚାଲାଣ ବେଳେ ଜବତ କରାଯାଇଥିବା ବେଳେ ପୁଣି ଆଜି ରାୟଗଡ ସରକାରୀ ରେଳବାଇ ପୋଲିସ (ଜିଆରପି)ଓ ରେଳବାଇ ସୁରକ୍ଷା ବଳ(ଆରପିଏଫ)ତରଫରୁ ପ୍ରତିଦିନ ଭଳି ଗତକାଲି ମଙ୍ଗଳବାର ରାତ୍ରରେ ମିଳିତ ପେଟ୍ରୋଲିଂ ଚାଲୁଥିବା ସମୟରେ ଏକ କଳା ବ୍ୟାଗ ଧରି ବସିଥିବା ଜଣେ ଯୁବକଙ୍କୁ ସନ୍ଦେହ ପ୍ରକଟ କରି ବ୍ୟାଗ ଯାଂଚ କରିବା ବେଳେ ସେଥିରୁ ଗଂଜେଇ ବାହାରିଥିଲା ।
ପରେ ତାକୁ ଆରପିଏଫ ଥାନାରେ ଅଟକ ରଖାଯାଇ ପଚରାଉଚୁରା କରିବା ପରେ ଗଂଜେଇ ଖୋର୍ଦ୍ଧାକୁ ଚୋରା ଚାଲାଣ ହେଉଥିବା ଜଣା ପଡିଥିବା ବେଳେ ଜଣେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ବ୍ୟାଗରୁ ୭କେଜି ୫ଶହ ଗ୍ରାମ ଗଂଜେଇ ବାହାର କରାଯାଇଥିଲା । ଯାହାର ଆନୁମାନିକ ମୁଲ୍ୟ ୫୦,୦୦୦ଟଙ୍କା ହେବ ବୋଲି ଜଣା ପଡିଛି ।
ଅଟକ ଯୁବକର ନାମ ଯୀଶୁକୃଷ୍ଣ ପରିଡା ଓ ତାଙ୍କ ଘର ଜଗତସିଂହପୁର ଜିଲ୍ଲା ତିର୍ତୋଳ ଥାନା ଅନ୍ତର୍ଗତ ତନାର ଗ୍ରାମ ହୋଇଥିବା ବେଳେ କେସ ନମ୍ବର ୫/୨୦୧୯ରେ ମାମଲା ରୁଜୁ କରାଯାଇ ଧାରା ୨୦(ବି)(॥)ବି-ଏନଡିପିଏସ ଏକ୍ଟ ଅନୁଯାୟୀ ଆସନ୍ତାକାଲି କୋର୍ଟ ଚାଲାଣ କରାଯିବ ବୋଲି ଜିଆରପିଏସ ଡିଏସପି କୈଳାସଚନ୍ଦ୍ର ବୁର୍ଦା ସୂଚନା ଦେଇଥିବା ବେଳେ ରାୟଗଡା ଜିଆରପି ଥାନା ଅଧିକାରୀ ଶୁଭେନ୍ଦୁ ଶବର,ଆରପିଏଫ ଥାନାଧିକାରୀ ଡି.ଏନ.ତ୍ରିଲୋକ,କେସ ତଦନ୍ତକାରୀ ଅଧିକାରୀ ଜିଆରପିଏସ, ଏସ.ଆଇ. ୟୁ.ସିଏଚ.ନାୟକ, ଏଏସଆଇ ଏସ.ବି.ରାଓ ପ୍ରମୁଖ ଉପସ୍ଥିତ ରହିଥିଲେ ।