ମାେବାଇଲ ଦୋକାନରେ ଚୋରି : ସିସିଟିଭି ଫୁଟେଜରେ ଚୋର ର ଚେହେରା

ରାୟଗଡ,୨୮/୨: ମୋବାଇଲ ଦୋକାନରୁ ହୋଇଛି ଚୋରି, ହେଲେ ଚୋରର କାରନାମା ଗୁଡିକ କଏଦ ହୋଇଛି ସିସିଟିଭି ଫୁଟେଜରେ । ଏ ନେଇ ମିଳିଥିବା ସୂଚନା ପ୍ରକାରେ ରାୟଗଡ ସହରର ଶାରଳା ଛକ ଠାରେ ଥିବା ଜୟ ମା ଶାରଳା ମାେବାଇଲ ଦୋକାନର ମାଲିକ ଶ୍ରୀଧର ଚୋଧୁରି ଆଜି ସକାଳେ ଦୋକାନ ଖୋଲିବା ପରେ ଜାଣିବାକୁ ପାଇଥିଲେ ଦୋକାନରୁ ଚୋରମାନେ କଳାକନା ବୁଲାଇଛନ୍ତି । ଏହା ପରେ ସେ ଦୋକାନରେ ଲାଗିଥିବା ସିସିଟିଭି ଫୁଟେଜକୁ ଚେକ୍ କରିଥିଲେ । ଗତକାଲି ବିଳମ୍ବିତ ରାତ୍ରରେ କେହି ଜଣେ ଚୋର ତାଙ୍କ ଦୋକାନ ଭିତରେ ଟର୍ଚ୍ଚ ଲାଇଟ୍ ଧରି ମାେବାଇଲ, ପାଓ୍ବାର ବ୍ୟାଙ୍କ, ବ୍ଲୁଟୁଥ ସହ କ୍ୟାସ କାଉଣ୍ଟରରେ ଥିବା ନଗଦ ୧୫୦୦ଟଙ୍କା ଓ ଏସବିଆଇର ଗୋଟିଏ ଏଟିଏମ କାର୍ଡ ଚୋରି କରି ନେଇ ଯାଉଥିବା ରେକର୍ଡିଂ ହୋଇଥିବା ଦେଖିବାକୁ ପାଇଥିଲେ । ଏ ନେଇ ଦୋକାନରେ ହୋଇଥିବା ଚୋରି ସମ୍ପର୍କରେ ରାୟଗଡା ଥାନାରେ ଜଣାଇବା ପରେ ପୋଲିସ ଘଟଣାସ୍ଥଳରେ ପଂହଚି ତଦନ୍ତ ଆରମ୍ଭ କରିଥିବା ବେଳେ ସିସିଟିଭି ଫୁଟେଜ ଆଧାରରେ ଚୋରକୁ ଧରିବାରେ ଅସୁବିଧା ହେବ ନାହିଁ ବାେଲି ପୋଲିସ ସୂଚନା ଦେଇଛି ।

ପ୍ରକାଶ ଥାଉକି ଶାରଳା ଛକ ଠାରେ ଥିବା ବିଭିନ୍ନ ମାେବାଇଲ ଦୋକାନ ଗୁଡିକରୁ ଅନେକ ସମୟରେ ଚୋରି ବୃଦ୍ଧି ପାଉଥିବାରୁ ଏହି ଅଂଚଳରେ ପୋଲିସ ପେଟ୍ରୋଲିଂ ବ୍ୟବସ୍ଥା ଅଧିକା ହେବା ଆବଶ୍ୟକ ବୋଲି ସ୍ଥାନୀୟ ଦୋକାନୀମାନେ ପ୍ରକାଶ କରିଛନ୍ତି ।

ସ୍ବତନ୍ତ୍ର ପ୍ରତିନିଧି ଶିବ ନାରାୟଣ ଗୌଡଙ୍କ ରିପୋର୍ଟ odiabarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published.

error: You are not allowed to copy this content. Thank you.