ନୂଆପଡା,୨୮/୨: ଆଜି ନୂଆପଡା ବିଧାୟକ ତଥା ଓଡିଶା ବିଜେପି ରାଜ୍ୟ ସଭାପତି ଶ୍ରୀଯୁକ୍ତ ବସନ୍ତ କୁମାର ପଣ୍ଡାଙ୍କ ବାସଭବନ ସମ୍ମୁଖରେ ମୋ ବୁଥ ସବୁଠୁ ମଜବୁତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଶ୍ରୀଯୁକ୍ତ ପଣ୍ଡା ସଭାପତିତ୍ୱ କରିଥିବା ବେଳେ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଯଦୁମଣି ପାଣିଗ୍ରାହୀ, ରାଜ୍ୟ ଏସ.ସି. ମୋର୍ଚ୍ଚା ଉପ ସଭାପତି ମନିଜର ଆର୍ଯ୍ୟ, ଜିଲ୍ଲା ଯୁବ ମୋର୍ଚ୍ଚା କୋଷାଧକ୍ଷ ଅଭିନନ୍ଦନ ପଣ୍ଡା, ରାଜ୍ୟ ଯୁବ ମୋର୍ଚ୍ଚା କାର୍ଯ୍ୟକାରିଣୀ ସଦସ୍ୟ ପ୍ରଦୀପ ସ୍ୱାଇଁ, ନୂଆପଡା ନଗର ମଣ୍ଡଳ ସଭାପତି ପ୍ରଦୀପ ମହାପାତ୍ର, ପପ୍ପୁ ଠାକୁର, ତୁଲସ ପଟେଲ, ଗୋଲଡି ଅଗ୍ରୱାଲ,ପ୍ରିୟାଙ୍କ ମଣ୍ଡଳ, ସରିତା ସିଂ ପ୍ରମୁଖ ଉପସ୍ଥିତ ଥିଲେ ।
ଏହି କାର୍ଯ୍ୟକ୍ରମ ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସିଧା ସଳଖ ବୁଥ କମିଟି ମେମ୍ବର ମାନଙ୍କୁ ଉତ୍ସାହିତ କରିବା ପାଇଁ ତଥା ନିଜର ବୁଥ କୁ ମଜବୁତ କରି ବିଭିନ୍ନ ଗଣ ମାଧ୍ୟମରେ ବିଜେଡି ସରକାର ଯେଉଁ ଭଳି ଭାବରେ ମିଥ୍ୟା ତଥ୍ୟ ଆଣି ବିଜେପି କୁ ବଦନାମ କରୁଛି ସେ ଭିତରେ ନପସି କିପରି ଭାବରେ ଜନସାଧାରଣ ଙ୍କ ପାଖକୁ ମୋଦି ସରକାରଙ୍କ ଯୋଜନ ସବୁ ପହଞ୍ଚି ପାରିବ ତା’ରି ଉପରେ ଧ୍ୟାନ ଦେଇ ନିଜର ମନୋବଳ କୁ ସୁଦୃଢ କରି ଆଗାମୀ ନିର୍ବାଚନରେ ନିଶ୍ଚିତ ବିଜୟୀ ହେବା ବୋଲି ସନ୍ଦେଶ ଦେଇଛନ୍ତି ।
ଏହି ପରିପେକ୍ଷି ରେ ବିଧାୟକ ଶ୍ରୀଯୁକ୍ତ ପଣ୍ଡା କହିଛନ୍ତି ଯେ ଆସନ୍ତା ୨ ତାରିଖରେ ନୂଆପଡାର ବିଧାନସଭା ସ୍ଥରୀୟ ସମସ୍ତ ସାଧାରଣ କାର୍ଯ୍ୟକର୍ତ୍ତା, ବୁଥ କମିଟି ସଭ୍ୟ, ପଞ୍ଚାୟତ ପ୍ରମୁଖ, ଗାଁ ପ୍ରମୁଖଙ୍କୁ ନେଇ ଏକ ବିଶାଳ ମୋଟର ସାଇକେଲ ରେଲିର କାର୍ଯ୍ୟକ୍ରମ ହେବ ବୋଲି ପୂର୍ବ ସୂଚନା ଦେଇଛନ୍ତି ।
ମୋ ବୁଥ ସବୁଠୁ ମଜବୁତ କାର୍ଯ୍ୟକ୍ରମ ରେ ନୂଆପଡା ଓ କୋମନା ବ୍ଲକ ରୁ ଶତାଧିକ ବୁଥ କମିଟି ସଭ୍ୟ ଓ ହଜାରେରୁ ଉର୍ଦ୍ଧ ବିଜେପି କାର୍ଯ୍ୟକର୍ତ୍ତା ଯୋଗ ଦେଇ ଥିଲେ ।
ଗଣ ମାଧ୍ୟମର ପ୍ରତି ଉତ୍ତରରେ ନୂଆପଡା ବିଧାୟକ ତଥା ଓଡିଶା ବିଜେପି ରାଜ୍ୟ ସଭାପତି ଶ୍ରୀଯୁକ୍ତ ପଣ୍ଡା କହିଲେ ଯେ, ବର୍ତମାନ ସମୟ ଆସି ନାହିଁ ଖୁବ ଶୀଘ୍ର ବିଜେପି ପାର୍ଟି ଟିକେଟ କାହାକୁ ଦିଆ ହେବ ସୂଚନା ଦିଆ ହେବ । ଦିଲ୍ଲୀ ବୈଠକ ରେ ଏହାର ନିଷ୍ପତି ହେବ ଓ ଓଡିଶାରେ ମିଶନ ୧୨୦ ର ପ୍ରଭାବ ଓ ମୋଦି ସରକାର ନିଶ୍ଚିତ ସଫଳ ହେବେ ।