ଓସମା ବିନ ଲାଡେନର ପୁଅ ହମଜା ଉପରେ ପରସ୍କାର ଘୋଷଣା କଲା ଆମେରିକା, ସୂଚନା ପ୍ରଦାନକାରୀଙ୍କୁ ମିଳିବ ୧ ମିଳିୟନ ଡଲାର

ନୁୟର୍କ,୧/୩: ଅନ୍ତର୍ଜାତୀୟ ଆତଙ୍କବାଦୀ ସଙ୍ଗଠନ ଅଲକାଏଦାର ଦୁର୍ଦ୍ଦାନ୍ତ ଅପରାଧୀ ଓସାମା ବିନ ଲାଡେନର ପୁଅ ହମଜା ବିନ ଲାଦେନ ଉପରେ ପୁରସ୍କାର ରାଶି ଘୋଷଣା କରିଛି ଆମେରିକା ।ଆମେରିକା ଓ ତାର ସହଯୋଗୀ ଉପରେ ଆତଙ୍କବାଦୀ ଆକ୍ରମଣ ନେଇ  ଧକମ ଦେଇଥିବାରୁ ହଜମା  ଉପରେ ଦୃଢ କାର୍ଯ୍ୟନୁଷ୍ଠାନ ନେବା ପାଇଁ ନିଷ୍ପତ୍ତି ନେଇ ଗତ କିଛି ଦିନରୁ ତାର ଠିକଣା ଖୋଜୁଛି ଆମେରିକା। ହମଜାର ଠିକଣା ନେଇ ଦିନକୁ ଦିନ ଅନେକ ପ୍ରକାର ଖବର ଆସୁଛି। ହଜମା ଲୁଚି ରହି ନିଜ ସଙ୍ଗଠନକୁ ମଜ୍‌ବୁତ୍‌ କରୁଥିବା ବେଳେ ଆକ୍ରମଣ ପାଇଁ ପ୍ରସ୍ତୃତ ହେଉଥିବା ଜଣାପଡିଛି। ଆଜି (ଶୁକ୍ରବାର) ଆମେରିକା ବିଦେଶ ମନ୍ତ୍ରାଳୟ ପକ୍ଷରୁ ଘୋଷଣା କରାଯାଇଛି ଯେ, ହମଜା ବିନ ଲାଡେନର ଠିକଣା କହିଲେ ସୂଚନାକାରୀକୁ ମିଳିବ ୧ ମିଲିୟନ ଡଲାର ପୁରସ୍କାର ।

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published.

error: You are not allowed to copy this content. Thank you.