ମହାମାୟା ମହାବିଦ୍ୟାଳୟର ୧୧ତମ ବାର୍ଷିକ ଉତ୍ସବ ‘ଆରୋହଣ ୨୦୧୯’

ନୂଆପଡା,୧/୩: ସ୍ଥାନୀୟ ସୁନସୁନିଆ ଠାରେ ଥିବା ମହାମାୟା ମହାବିଦ୍ୟାଳୟ ର ଇଂଜିନିୟରିଙ୍ଗ ଓ ବାଣିଜ୍ୟ ପରିଚାଳନ ବିଭାଗର ୧୧ ତମ ବାର୍ଷିକ ଉତ୍ସବ ଆରୋହଣ ୨୦୧୯ ମହା ସମାରୋହରେ ପାଳିତ ହୋଇ ଯାଇଛି । ଏହି ଉତ୍ସବ ରେ ମୁଖ୍ୟ ଅତିଥି ଭାବେ  ନିର୍ବାହୀ ଯନ୍ତ୍ରୀ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ଖଣ୍ଡ ରାଜାଖରିଆର ଶ୍ରୀଯୁକ୍ତ ଗୋପାଳ ନାୟକ ଯୋଗ ଦେଇ ଥିଲା ବେଳେ ୟୁନିଅନ ବ୍ୟାଙ୍କ ମ୍ୟାନେଜର ଅଜିତ ଶ୍ରୀବାସ୍ତବ, ଚେୟାରମେନ ଏସ.ବି.ସି.ଟି ନୂଆପଡା ସତ୍ୟ ଭୂଷଣ ସାହୁ, ସମ୍ପାଦକ ଏସ.ବି.ସି.ଟି ନୂଆପଡା ଟଙ୍କଧର ସାହୁ ଓ ଟ୍ରଷ୍ଟି ମେମ୍ବର ଏସ.ବି.ସି.ଟି ନୂଆପଡା ଜ୍ୟୋର୍ତିମୟୀ ସାହୁ ସମ୍ମାନିତ ଅତିଥି ଭାବେ ମଞ୍ଚାସିନ ଥିଲେ ।

ଅନୁଷ୍ଠାନର ମାୟାମାୟ ବାଣିଜ୍ୟ ପରିଚାଳନ ବିଭାଗର ପ୍ରିନସିପାଲ ଆସିସଟାଣ୍ଟ ପ୍ରଫେସର ପ୍ରିୟଙ୍କା ରାଉତ, ଇଂଜିନିୟରିଙ୍ଗ ବିଭାଗର ପ୍ରିନସିପାଲ ଡ଼. ପ୍ରଭାସ ସ୍ୱାଇଁ, ଭାଇସ ପ୍ରିନସିପାଲ ଅମୀୟ ସିଂ, ପରୀକ୍ଷା ବିଭାଗର ଇନଚାର୍ଜ ଇଂ ସୁବ୍ରତ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

ଏହି ଅବସରରେ ମୁଖ୍ୟ ଅତିଥି ତଥା ସମ୍ମାନିତ ଅତିଥିମାନେ ଉଭୟ ଇଂଜିନିୟରିଙ୍ଗ ଓ ବାଣିଜ୍ୟ ପରିଚାଳନ ବିଭାଗର ଛାତ୍ର ଛାତ୍ରୀଙ୍କୁ ଉଦବୋଧନ ଦେଇ ଜୀବନରେ ଜ୍ଞାନ ଓ ପାଠର ମହତ୍ୱ କଣ ତାହାକୁ ବ୍ୟାଖ୍ୟା କରି ଥିଲେ । ବିଭିନ୍ନ ପ୍ରତିଯୋଗୀତା ମାନଙ୍କରେ କୃତିତ୍ୱ ଛାତ୍ରୀ ଛାତ୍ରଙ୍କୁ ପୁରସ୍କାର ବିତରଣ କରାଯାଇ ଥିଲା ।

କାର୍ଯ୍ୟକ୍ରମର ଦ୍ଵିତୀୟ ପର୍ଯ୍ୟାୟରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା, ଯେଉଁଥିରେ  ମହାବିଦ୍ୟାଳୟର ଅନେକ ଛାତ୍ରୀ ଛାତ୍ର ଅଂଶଗ୍ରହଣ କରି ବିଭିନ୍ନ ଆଧୁନିକ, ଓଡିଶୀ ଓ ସମ୍ବଲପୁରୀ ସଂଗୀତ ଗାନ କରିବାସହ  ନୃତ୍ୟ ପରିବେଷଣ ମଧ୍ୟ କରିଥିଲେ ।

ଏହି ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମକୁ ଏକାଡେମିକ ଇନଚାର୍ଜ ଇଂ ପ୍ରିୟବ୍ରତ ସାହୁ ନିଜର ତତ୍ୱାବଧାନ ରେ ପରିଚାଳନା କରୁଥିବା ବେଳେ ଅନୁଷ୍ଠାନ ର ଅଧ୍ୟାପକ ଜିତୁ ହୋତା, ନିର୍ମଳ ରଥ, ଶୁଭଲକ୍ଷ୍ମୀ ଜେନା, ସସ୍ମିତା ସାହୁ, ସୁମିତ୍ରୀ ପ୍ରଧାନୀ, କୁମୁଦ ମେହେର, ବିନୟ ପଣ୍ଡା, କବିରାଜ ସାହୁ, ସୁରେନ୍ଦ୍ର କୁମାର ସ୍ୱାଇଁ, ପି.ସି. ରଥ ପ୍ରମୁଖ ସହଯୋଗ କରିଥିଲେ ।

ନୂଆପଡା ଜିଲ୍ଲା ପ୍ରତିନିଧି ମହେନ୍ଦ୍ର କୁମାର ବାଗ(ରାହୁଲ)ଙ୍କ ରିପୋର୍ଟ odiabarta.in

For latest news & updates, click on bell button and subscribe to notifications.

Like us on Facebook👇

http://facebook.com/odiabarta

Subscribe us on Youtube👇

http://tiny.cc/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.