ଧର୍ମଗଡ,୨/୩: ବହୁଜନ କ୍ରାନ୍ତି ମୋର୍ଚ୍ଚା ରାଷ୍ଟ୍ରୀୟ ସଂଯୋଜକ ୱାମନ ମେଶ୍ରାମ ଙ୍କ ଡାକରା ରେ ଦେଶ ସାରା ଜେଲ ଭରୋ ଆନ୍ଦୋଳନ ଆରମ୍ଭ ହୋଇଛି । ସେହି ପରିପ୍ରେକ୍ଷୀରେ କଳାହାଣ୍ଡି ଜିଲ୍ଲା ଧର୍ମଗଡ ଠାରେ ଜେଲ୍ ଭରୋ ଆନ୍ଦୋଳନ ଅନୁଷ୍ଠିତ ହୋଇଥିଲା ।
ଇଭିଏମକୁ ବିରୋଧ, ୧୩ ପଏଣ୍ଟ ରୋଷ୍ଟରକୁ ବିରୋଧ କରିବାସହ ୨୦୦ ପଏଣ୍ଟ କରିବାକୁ ଦାବି, ୧୦ ଶତକଡା ଆର୍ଥିକ ଆଧାରରେ ଆରକ୍ଷଣକୁ ବିରୋଧ, ୫୪ ଶତକଡା ଓବିସିଙ୍କୁ ସଂଖ୍ୟାନୁପାତରେ ପ୍ରତିନିଧିତ୍ବ ପ୍ରଦାନ ଏପରି ୧୧ଟି ମୁଦ୍ଦାକୁ ନେଇ ଦେଶର ୩୧ ରାଜ୍ୟ ୫୫୦ ଜିଲ୍ଲା ଓ ୫ ହଜାର ତହସିଲରେ ଆରମ୍ଭ ହୋଇ ବ୍ୟାପକ ଆନ୍ଦୋଳନର ଋପ ନେଇଛି ।
ବହୁଜନ କ୍ରାନ୍ତି ମୋର୍ଚାର କାର୍ଯ୍ୟକର୍ତ୍ତା ମାନେ ବିକ୍ଷୋଭ ପ୍ରଦର୍ଶନ କରି ଧର୍ମଗଡ଼ ଉପଜିଲ୍ଲାପାଳ ଙ୍କୁ ରାଷ୍ଟ୍ରପତିଙ୍କ ଉଦେଶ୍ୟ ରେ ୧୧ ଦଫା ଦାବିପତ୍ର ପ୍ରଦାନ କରିଥିଲେ ଏଥିରେ ୧୮ ଜଣ କାର୍ଯ୍ୟକର୍ତା ଙ୍କୁ ଧର୍ମଗଡ଼ ପୋଲିସ ଗିରଫ କରିଛନ୍ତି ।
ବହୁଜନ କ୍ରାନ୍ତି ମୋର୍ଚ୍ଚା କଳାହାଣ୍ଡି ଜିଲ୍ଲା ପ୍ରଭାରୀ ସୁରେଶ ଚନ୍ଦନ ଙ୍କ ନେତୃତ୍ୱରେ ଧର୍ମଗଡ଼ ଉପଖଣ୍ଡ ସଂଯୋଜକ ନିର୍ମଳ ଜାଲ ଓ ବହୁକାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ ।