କଳାହାଣ୍ଡି,୨/୩: ମୋବାଇଲ ରୁ ମୋବାଇଲ କୁ ଘୁରି ବୁଲୁଛି ମାଟ୍ରିକ ପ୍ରଶ୍ନ ପତ୍ର । ଥମୁନି ପ୍ରଶ୍ନ ପତ୍ର ଲିକ୍ ।ସରକାରଙ୍କ ପକ୍ଷରୁ ଯେତେ କଡା ସୁରକ୍ଷା ବ୍ୟବସ୍ଥା କରୁଥିଲେ ମଧ୍ଯ ବାରମ୍ବାର ଭାଇରାଲ୍ ହେଉଛି ମାଟ୍ରିକ ପ୍ରଶ୍ନ ପତ୍ର । ଆଜି ଏପରି ଘଟଣା ଘଟିଛି ଜୟପାଟଣା ବ୍ଲକ ରେଗାଂଲପାଲି ପରମାନନ୍ଦ ହାଇସ୍କୁଲ ଠାରେ ।
ଅଭିଯୋଗ ହୋଇଛି ଯେ ଉକ୍ତ ସେଣ୍ଟରରୁ ଗଣିତ ପ୍ରଶ୍ନ ପତ୍ର ‘ଡି’ ସେଟ୍ ଭାଇରାଲ୍ ହେଇଛି । ପ୍ରଶ୍ନ ପତ୍ର ସହିତ ଜଣେ ପରୀକ୍ଷାର୍ଥୀ ଙ୍କ ଆଡମିଟ୍ କାର୍ଡ ମଧ୍ଯ ବାହାର କୁ ଚାଲିଆସି ଥିବା କଥା ମଧ୍ଯ ଅଞ୍ଚଳ ରେ ଚର୍ଚ୍ଚା ର ବିଷୟ ହୋଇଛି । ଏହି ଘଟଣାରେ ଦୁଇ ଜଣ ଇନଭିଜିଲେଟର ଓ ସୁପରିଟେଣ୍ଡେଣ୍ଟଙ୍କୁ ନିଳମ୍ବନ ପାଇଁ ଆଦେଶ ଦିଆଯାଇ ଘଟଣାର ଅଧିକ ତଦନ୍ତ ପାଇଁ ସ୍ଥାନିୟ ଥାନାରେ ଏତଲା ଦିଆଯାଇଥିବା ସୁଚନା ମିଳିଛି ।
ଏଭଳି ବାରମ୍ବାର ପ୍ରଶ୍ନ ପତ୍ର ଭାଇରାଲ୍ ହେବା ଘଟଣା ଶିକ୍ଷା ବିଭାଗର ଅପାରଗତାକୁ ପଦାରେ ପକାଇଛି । ଘଟଣାର ତଦନ୍ତ କରି ଦୋଷୀ ମାନଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଭବିଷ୍ଯତ ରେ ଯେପରି ପ୍ରଶ୍ନ ପତ୍ର ଲିକ୍ ନ ହୁଏ ସେଥିପ୍ରତି ଶିକ୍ଷାବିଭାଗ ଦୃଷ୍ଟି ଦେବାକୁ ଜନସାଧାରଣ ରେ ଆଲୋଚନା ହେଉଛି ।
ସ୍ଵତନ୍ତ୍ର ପ୍ରତିନିଧି ଲୋଚନ ପୋଡଙ୍କ ରିପୋର୍ଟ odiabarta.in
For latest news & views update
Click on bell button and subscribe to notifications.
Like us on facebook 👇
Subscribe us on youtube 👇