ସୀମାରେ ସିନା ରକ୍ତ ଦେଇ ପାରିବିନି, ସୀମନ୍ତିନୀଙ୍କ ସଂସାର ରକ୍ଷା ପାଇଁ ତ ରକ୍ତ ଦେଇ ପାରିବି -ସଂଜୟ ଧଙ୍ଗଡାମାଝୀ

ବିଷମକଟକ,୨/୩: ଭାରତ ମାତାର ସେବା କରିବାକୁ ଯାଇ ସୀମାରେ ଲଢି ଜୀବନ ଦେଇପାରିବି ନାହିଁ କିନ୍ତୁ, ସୀମନ୍ତିନୀ (ନାରୀ)ର ସଂସାର ରକ୍ଷା କରିବାକୁ ଯାଇ ରକ୍ତ ତ ଦେଇପାରିବି – ବିଷମକଟକ ଖ୍ରୀଷ୍ଟିଆନ ହସପିଟାଲରେ ଆଜି ଜଣେ ପ୍ରସୂତି ମହିଳାଙ୍କୁ ରକ୍ତ ଦେବା ଅବସରରେ ପ୍ରକାଶ କରିଛନ୍ତି ‘ରେଡ ଲାଇନ କଳାହାଣ୍ଡି’ର ପ୍ରତିଷ୍ଠାତା ସଭାପତି ସଂଜୟ ଧଙ୍ଗଡାମାଝୀ ।

ଏଠାରେ ସୂଚନାଯୋଗ୍ୟ ଯେ, କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଅନ୍ତର୍ଗତ ବେହେରାଗୁଡା ଗ୍ରାମର ମହତରାମ ପୋଢଙ୍କ ଝିଅ ତଥା ହାତୀପଖାନ ଗାଁର ହିମାଞ୍ଚଳ ଖର୍ସେଲଙ୍କ ଧର୍ମପତ୍ନୀ କରିସ୍ମିତା ଖ୍ରୀଷ୍ଟିଆନ ହସପିଟାଲରେ ଭର୍ତ୍ତି ହୋଇଛନ୍ତି । ତାଙ୍କର ଏକ ପୁତ୍ର ସନ୍ତାନ ଜନ୍ମ ହେବାପରେ ତାଙ୍କୁ ରକ୍ତର ନିହାତି ଦରକାର ପଡିଥିଲା । ପରିବାରବର୍ଗ ରକ୍ତ ଯୋଗାଡ କରିବା ପରେ ମଧ୍ୟ ଆଉ ଏକ ପକେଟ ରକ୍ତ ଦରକାର ଥିବାରୁ କରିସ୍ମିତାଙ୍କ ମାମୁଁ ମୋହିତ ରାଉତି ଏ ବିଷୟରେ ଲାଞ୍ଜିଗଡ ବ୍ଲକ ଯୁବ ଯାଦବ ମହାସଭା ସଭାପତି ଡିଲେସ କୁମାର ନାଗଙ୍କୁ ସଂପର୍କ କରିଥିଲେ । ଡିଲେସ ଏକ ଜରୁରୀ କାମରେ ଭୁବନେଶ୍ୱର ଯାଉଥିବାରୁ ରେଡ ଲାଇନ କଳାହାଣ୍ଡିର ସାଧାରଣ ସଂପାଦକ ସୁନୀଲ କୁମାର ଧଙ୍ଗଡାମାଝୀଙ୍କୁ ଯୋଗାଯୋଗ କରିଥିଲେ । ଏହାପରେ ଆଜି ସକାଳୁ ରେଡ ଲାଇନର ସଭାପତି ଓ ସଂପାଦକ ଦୁଇଜଣ ଯାକ ଡାକ୍ତରଖାନାକୁ ଯାଇ କରିସ୍ମିତାଙ୍କ ସ୍ବାସ୍ଥ୍ୟାବସ୍ଥା ବୁଝିବା ପରେ ସଂଜୟ ଧଙ୍ଗଡାମାଝୀ ରକ୍ତଦାନ କରିଛନ୍ତି ।

ପ୍ରକାଶଯୋଗ୍ୟ ଯେ, ରକ୍ତଦାତା ସଂଜୟ ଧଙ୍ଗଡାମାଝୀ ପେସାରେ ଜଣେ ଆଇନଜୀବୀ । ଏହାଛଡା ସେ କଳାହାଣ୍ଡି ଜିଲ୍ଲା ଯାଦବ ମହାସଭାର ସାଧାରଣ ସଂପାଦକ, ଦେବଗିରି ସାଂସ୍କୃତିକ ଅନୁଷ୍ଠାନର ସଭାପତି ପରି ଗୁରୁ ଦାୟିତ୍ବରେ ରହି ସାମାଜିକ ଓ ସାଂସ୍କୃତିକ ଚେତନାର ଅଭ୍ୟୁଦୟ କରାଇବାରେ ସହଯୋଗ କରିଆସୁଛନ୍ତି । ପ୍ରାଚୀନ କଳା ସଂସ୍କୃତିର ବାହକ ଭାବେ ତାଙ୍କ ନେତୃତ୍ବରେ ଦେବଗିରି ସାଂସ୍କୃତିକ ଅନୁଷ୍ଠାନରେ ପ୍ରତିବର୍ଷ କୁମାରସ୍ବାମୀ ମହୋତ୍ସବ ଅନୁଷ୍ଠିତ ହୋଇଥାଏ । ଏହାସହ ବନାବାଡି ଓ ଢାପ ନୃତ୍ୟରେ ମଧ୍ୟ ତାଙ୍କର ଦକ୍ଷତା ରହିଛି । ରେଡ ଲାଇନ କଳାହାଣ୍ଡି ହେଉଛି ଦେବଗିରି ସାଂସ୍କୃତିକ ଅନୁଷ୍ଠାନର ଏକ ଶାଖା ।

ରକ୍ତ ନପାଇ ଅନେକ ରୋଗୀ ଅକାଳରେ ମୃତ୍ୟୁବରଣ କରୁଥିବାରୁ ଅନେକ ପରିବାର ଛାରଖାର ହୋଇଯାଉଛି । ଏସବୁ ସମସ୍ୟାର ସମାଧାନ କରିବାକୁ ଯାଇ ସ୍ବେଚ୍ଛାକୃତ ରକ୍ତ ପ୍ରଦାନ କରିବାକୁ ଯାଇ ନିଜ ଅନୁଷ୍ଠାନ ତଥା ନିଜ ଗାଁ ବୁଢୀପଦରର ଯୁବକମାନଙ୍କୁ ନେଇ ଏକ ରକ୍ତଦାନ ଗୃପ ଗଠନ କରିଥିଲେ ଶ୍ରୀଯୁକ୍ତ ଧଙ୍ଗଡାମାଝୀ । ଗୃପର ସଦସ୍ୟମାନେ ନିଜ ନିଜ ପରିବାରବର୍ଗଙ୍କ ମଧ୍ୟରେ ରକ୍ତ ଦାନ କରିବାସହ ଦରକାର ସ୍ଥଳେ ଅନ୍ୟାନ୍ୟ ଅସହାୟ କିମ୍ବା ଜରୁରୀ ରୋଗୀମାନଙ୍କୁ ରକ୍ତଦାନ କରିଥାନ୍ତି । ଏହା ପରେ ନର୍ଲା ବ୍ଲକ ତଥା ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ଯୁବକମାନେ ଏଥିରେ ସାମିଲ ହୋଇ ରେଡ ଲାଇନ ବର୍ତ୍ତମାନ ଜିଲ୍ଲା ସ୍ତର ପର୍ଯ୍ୟନ୍ତ ପହଞ୍ଚିପାରିଛି । ରେଡ ଲାଇନ କଳାହାଣ୍ଡିର ଏହି ମହତ ସେବା ପାଇଁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଉଛି।

ସ୍ବତନ୍ତ୍ର ପ୍ରତିନିଧି ନିରଞ୍ଜନ ଗୌଡଙ୍କ ରିପୋର୍ଟ odiabarta.in 

odiabarta.in
For latest news & views update

Click on bell button and subscribe to notifications.

Like us on facebook 👇

http://facebook.com/odiabarta

Subscribe us on youtube 👇

http://youtube.com/channel/UCdoWrXFOsGOd7dzWwMFwFrQ

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published.

error: You are not allowed to copy this content. Thank you.