ନୂଆପଡାରେ ବିଜେପି ର ବିଜୟ ସଂକଳ୍ପ ମୋଟର ସାଇକେଲ ଶୋଭାଯାତ୍ରା
ନୂଆପଡା,୨/୩: ବିଜେଡି ସରକାର ମହିଳା ଗ୍ରୁପ କୁ ପନ୍ଦର ହଜାର ଟଙ୍କା ଦେଉଛି ଓ ଯୁବକ ମାନଙ୍କୁ ପନ୍ଦର ଶହ ଟଙ୍କାର ମୋବାଇଲ ଫୋନ ଦେଇ ଭ୍ରମିତ କରୁଛି, କିନ୍ତୁ ତାଙ୍କର ସରକାର ମହିଳା ମାନଙ୍କୁ ୫ ହଜାର ଟଙ୍କାର ଗ୍ୟାସ ଚୁଲା, ଯୁବକ ମାନଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ବିଭିନ୍ନ ତାଲିମ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ କରୁଛି ଓ ରୋଜଗାର ମଧ୍ୟ ଦେଉଛି । କୃଷକ ମାନଙ୍କୁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ରେ ସହଯୋଗ କରି ନିଜର ଚାଷ କୁ ଉର୍ନ୍ନତମାନ ର କରିବା ପାଇଁ ଅବସର ଦେଉଛି । ମିଶନ ୧୨୦ର ଲକ୍ଷ ପୁରଣ କରିବା ପାଇଁ କର୍ମି ମାନଙ୍କ ମନରେ ନୂତନ କିରଣର ଆଭା ବିଚ୍ଛୁରିତ କରିବାସହ ଆଗକୁ ଶ୍ରୀଯୁକ୍ତ ପଣ୍ଡା ରାଜ୍ୟ ସରକାର ଉପରେ ଯୋର ବର୍ଷିବାସହ ଏହି ଅପରାଗ ରାଜ୍ୟ ସରକାର ବଦଳିବା ଦରକାର ବୋଲି ନୂଆପଡା ଠାରେ ଆୟୋଜିତ ବିଜୟ ସଂକଳ୍ପ ମୋଟର ସାଇକେଲ ଯାତ୍ରା ଉପଳକ୍ଷେ ଆୟୋଜିତ ସଭାରେ ପ୍ରକାଶ କରିଛନ୍ତି ବିଜେପି ରାଜ୍ୟ ସଭାପତି ତଥା ନୂଆପଡା ବିଧାୟକ ବସନ୍ତ କୁମାର ପଣ୍ଡା ।
ନୂଆପଡା ବିଧାୟକ ତଥା ବିଜେପି ର ଓଡିଶା ରାଜ୍ୟ ସଭାପତି ବସନ୍ତ କୁମାର ପଣ୍ଡା ଙ୍କ ନେତୃତ୍ୱରେ ଆଜି ନୂଆପଡା ଠାରେ ବିଜୟ ସଂକଳ୍ପ ର ମୋଟର ସାଇକେଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି ଶୋଭାଯାତ୍ରାଟି ବିଧାୟକଙ୍କ ଘରୁ ବାହାରି ନୂଆପଡା ନଗର ସହ ଖରିଆର ରୋଡ ନଗର ପରିକ୍ରମା କରିଥିଲା । ଏହାପରେ ଶୋଭାଯାତ୍ରା ନୂଆପଡା ସ୍ଥିତ ପୋଲିସ ପଡିଆ ଠାରେ ଏକ ବୈଠକ ରେ ସାମିଲ ହୋଇଥିଲେ । ମୋଟର ସାଇକେଲ ଶୋଭାଯାତ୍ରା ରେ ବିଜେପି ର ଯୁବ କାର୍ଯ୍ୟକର୍ତ୍ତା, ସାଧାରଣ କାର୍ଯ୍ୟକର୍ତ୍ତା, ମୋର୍ଚ୍ଚା ସଭାପତି, ଗ୍ରାମ ପ୍ରମୁଖ, ପଞ୍ଚାୟତ ପ୍ରମୁଖ, ନଗର ପ୍ରମୁଖ ସମସ୍ତେ ମୋଟର ସାଇକେଲ ଶୋଭାଯାତ୍ରାରେ ସାମିଲ ହୋଇଥିଲେ ।
ମୋଟର ସାଇକେଲ ଶୋଭାଯାତ୍ରା ପରେ ପୋଲିସ ପଡିଆ ଠାରେ ଅନୁଷ୍ଠିତ ହୋଇ ଥିବା ବିଶାଳ ସମ୍ମିଳନୀ ରେ ମୁଖ୍ୟ ଅତିଥି ଭାବେ ଶ୍ରୀଯୁକ୍ତ ପଣ୍ଡା ଙ୍କ ସହ ରାଜ୍ୟ ଏସ.ସି ମୋର୍ଚ୍ଚା ର ଉପ ସଭାପତି ମନିଜର ଆର୍ଯ୍ୟ, ସଂଖ୍ୟାଲଘୁ ରାଜ୍ୟ ସଭାପତି ଶେଖ ମହତାବ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଚତୁର୍ଭୁଜ ଶର୍ମା, ଜିଲ୍ଲା ସାଧାରଣ ସମ୍ପାଦକ ସୁଶାନ୍ତ ପତି, ଜିଲ୍ଲା ସାଧାରଣ ସମ୍ପାଦକ ସରିତା ସିଂ, ମହିଳା ନେତ୍ରୀ ଜେମାମଞ୍ଜରୀ ପାଣ୍ଡେ, ବେବି ନାଜ଼ ପ୍ରମୁଖ ସମ୍ମାନିତ ଅତିଥି ରୂପେ ମଞ୍ଚାସୀନ ଥିଲେ ।
ନୂଆପଡା ନଗର ମଣ୍ଡଳ ସଭାପତି ପ୍ରଦୀପ ମହାପାତ୍ର ମଞ୍ଚ ପରିଚାଳନା କରିଥିଲେ । ବିଜେପି ର ସକ୍ରିୟ କାର୍ଯ୍ୟକର୍ତ୍ତା କୋଷାଧକ୍ଷ ଅଭିନନ୍ଦନ ପଣ୍ଡା, ଆଇ.ଟି ସେଲ ଉପ ସଭାପତି ସୋମ ପଣ୍ଡା, ଅଭିଶେଖ ପଣ୍ଡା, ତୁଲାସ ପଟେଲ ପ୍ରମୁଖ କାର୍ଯ୍ୟକ୍ରମ କୁ ସୁଚାରୁ ରୂପେ ନିଜ ତତ୍ୱାବଧାନ ରେ ପରିଚାଳନା କରିଥିଲେ । ଏହି ଅବସରରେ ନୂଆପଡା ବିଧାୟକ ତଥା ବିଜେପି ରାଜ୍ୟ ସଭାପତି ଶ୍ରୀ ପଣ୍ଡା ନିଜର କାର୍ଯ୍ୟକର୍ତ୍ତା ଙ୍କୁ ଗୁରୁ ମନ୍ତ୍ର ପ୍ରଦାନ କରି ଥିଲେ ।
ନୂଆପଡା ଜିଲ୍ଲା ପ୍ରତିନିଧି ମହେନ୍ଦ୍ର କୁମାର ବାଗ(ରାହୁଲ)ଙ୍କ ରିପୋର୍ଟ odiabarta.in
For latest news & views update
Click on bell button and subscribe to notifications.
Like us on facebook
Subscribe us on youtube