ନୂଆପଡା,୨/୩ : ଜାତୀୟ ରାଜପଥ ୩୫୩ ରାୟପୁର – ଗୋପାଳପୁର ରାସ୍ତା ନୂଆପଡା ଜିଲ୍ଲା ସଦର ଦେଇ ଯାଇଛି । ପ୍ରାୟ ୧ ବର୍ଷରୁ ଉର୍ଦ୍ଧ ହେବ ନୂଆପଡା ଟରୁ ଖରାରିଆ ମଧ୍ୟରେ ଏହି ଜାତୀୟ ରାଜପଥର ନିର୍ମାଣ ଓ ମରାମତି କାର୍ଯ୍ୟ ଚାଲିଛି । ଅନେକ ସମୟରେ ସ୍ଥାନୀୟ ବାସିନ୍ଦା, ବିଭିନ୍ନ ରାଜନୈତିକ ଦଳ, ସମାଜସେବୀ ଏହି ଜାତୀୟ ରାଜପଥର କାର୍ଯ୍ୟ ଶୀଘ୍ର ସମ୍ପାଦନ ହେଉ ବୋଲି ଜିଲ୍ଲା ପ୍ରଶାସନ ଟଙ୍କୁ ଅଭିଯୋଗ ପାତ୍ର ମାଧ୍ୟମ ରେ ଲେଖି ଜଣାଇଛନ୍ତି । ଅନେକ ସମୟରେ ଏହି ରାସ୍ତାରେ ଛୋଟ ବଡ ଦୁର୍ଘଟଣା ମଧ୍ୟ ହୁଏ ଯାହାଫଳରେ ପଥାଚାରିଙ୍କ ଜନ ଜୀବନ ହାନି ହୁଏ ।
ଆଜି (ଶନିବାର) ସାନ୍ଧ୍ୟ ୫ଟା ୫୦ ମି ରୁ ୬ ଟା ୪୫ ମି. ପର୍ଯ୍ୟନ୍ତ ଏହି ଜାତୀୟ ରାଜପଥର ତରବୋଡ଼ ଠାରୁ ଟିକିଏ ଆଗକୁ ଖରିଆର ରାସ୍ତାର ମାନିଗୁଡି ଗାଁ ନିକଟରେ ଅନେକ ଯାତ୍ରୀବାହି ଯାନ, ମୋଟର ସାଇକେଲ, କାର, ଟ୍ରକ ଇତ୍ୟାଦି ଜାମ ହୋଇ ରହି ଯାଇ ଥିଲା ।
ପ୍ରକାଶ ଯେ ମାନିଗୁଡା ଗାଁ ନିକଟରେ ନିର୍ମାଣଧୀନ କାର୍ଯ୍ୟ ଯୋଗୁଁ କେବଳ ଗୋଟିଏ ପାର୍ଶ୍ୱ ରାସ୍ତାରେ ଗାଡି ମୋଟର ଯିବା ଆସିବା କରୁଛି । ପୁଣି ସେହି ରାସ୍ତାରେ ଏକ ପୋଲ ମଧ୍ୟ ରହିଛି । ସେହି ପୋଲ ମଧ୍ୟ ଅସମ୍ପୂର୍ଣ ଅବସ୍ଥା ରେ ରହିଛି । ସେହି ପାଖରେ ଏକ ଟ୍ରକ ଖରାପ ହୋଇ ଯାଇଥିବାରୁ ଜାତୀୟ ରାଜପଥ ହାରାହାରି ୧ ଘଣ୍ଟା ପର୍ଯ୍ୟନ୍ତ ଜାମ୍ ହୋଇଯାଇ ଥିଲା ।
ଯାତ୍ରୀ ମାନେ ସେଠାରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇ ଥିଲେ । ବହୁତ ଯାନବାହାନ ଅଟକି ଯାଇ ଥିବାରୁ ସେଠାରେ ରାସ୍ତା କଡ ରେ ଜେସିବି ଆସି କାମଚଳା ରାସ୍ତା ତିଆରି କଲା ଯାହା ଫଳରେ ଯାନ ବାହାନ ସବୁ ଚଲାଚଳ ହୋଇପାରିଥିଲା । ଶିଘ୍ର ଏହି ସମସ୍ୟାର ସମାଧାନ କରିବାକୁ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି ।
ନୂଆପଡା ଜିଲ୍ଲା ପ୍ରତିନିଧି ମହେନ୍ଦ୍ର କୁମାର ବାଗ(ରାହୁଲ)ଙ୍କ ରିପୋର୍ଟ odiabarta.in
For latest news & views update
Click on bell button and subscribe to notifications.
Like us on facebook 👇
Subscribe us on youtube 👇