ରାୟଗଡା,୨/୩ : ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପୁର୍ନବାର ପ୍ରଧାନମନ୍ତ୍ରୀ କରେଇବା ପାଇଁ ସାରା ଦେଶର ବିଧାନସଭା ସ୍ତରୀୟ ବିଜୟ ଲକ୍ଷ୍ୟ -୨୦୧୯ ମୋଟର ସାଇକେଲ ଶୋଭାଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏହି ମର୍ମରେ ରାୟଗଡା ବିଧାନସଭା ମଣ୍ଡଳି ଭାରତୀୟ ଜନତା ପାର୍ଟିର ରାୟଗଡା ନଗର ସଭାପତି ଏମ.ରାମାରାଓଙ୍କ ନେତୃତ୍ୱରେ ବିଜୟ ଲକ୍ଷ୍ୟ କାର୍ଯ୍ୟକ୍ରମକୁ ନେଇ ସ୍ଥାନୀୟ କପିଳାସ ଛକ ଠାରେ ଏକ ଧନ୍ୟବାଦ ସଭା ସହ ବିଶାଳ ମୋଟର ସାଇକେଲ ଶୋଭାଯାତ୍ରା ବାହାରିଥିଲା ।
ଏହି କାର୍ଯ୍ୟକ୍ରମରେ ବିଜେପି ଜନଜାତି ମୋର୍ଚ୍ଚାର ରାଷ୍ଟ୍ରିୟ ଉପାଧ୍ୟକ୍ଷ କାଳୀରାମ ମାଝି, ରାଜ୍ୟ କିଶାନ ମୋର୍ଚ୍ଚାର ଉପସଭାପତି ରଜତ ମାଦଳା, ଜିଲ୍ଳା ଯୁବ ମୋର୍ଚ୍ଚାର ସଭାପତି ନିଳାଦ୍ରୀବିହାରୀ ପାତ୍ର, ବିଜେପି ନେତା ବସନ୍ତ ଉଲାକାଙ୍କ ସମେତ ଶତାଧିକ ଯୁବକମାନେ ୫ଶହରୁ ଉର୍ଦ୍ଧ ମୋଟର ସାଇକେଲ ଯୋଗ ଦେଇଥିବା ବେଳେ କପିଳାସ ଛକ ଠାରୁ ବାହାରି ନଗର ପରିକ୍ରମା କରିଥିଲେ ।
ରାୟଗଡାକୁ ନୂଆ ରେଳବାଇ ଡିଭିଜନର ମାନ୍ୟତା ପ୍ରଦାନ କରିଥିବାରୁ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି,ରେଳମନ୍ତ୍ରୀ ପିୟୁଷ ଗୋଏଲ ଓ ରାୟଗଡା ଠାରେ ଏଲପିଜି ବଟଲିଂ ପ୍ଳାଂଟ ନିର୍ମାଣର ଭିତି ପ୍ରସ୍ତର କରିଥିବା ପେଟ୍ରୋଲିୟମ ମନ୍ତ୍ରୀ ଧମେନ୍ଦ୍ର ପ୍ରଧାନଙ୍କୁ ଶ୍ରୀ ମାଝି ଓ ଶ୍ରୀ ଉଲ୍ଳାକା ଧନ୍ୟବାଦ ଅର୍ପଣ କରିଥିଲେ ।
ସ୍ବତନ୍ତ୍ର ପ୍ରତିନିଧି ଶିବ ନାରାୟଣ ଗୌଡଙ୍କ ରିପୋର୍ଟ odiabarta.in