୮ଜଣ ଜୁଆଡି ଗିରଫ, ନଗଦ ୨୭ହଜାର ଟଙ୍କା ଓ ୬ଟି ମୋବାଇଲ୍ ଜବତ୍
ରାୟଗଡା,୩/୩ : କିଛି ଦିନର ବ୍ୟବଧାନ ପରେ ପୁଣି ଧରାପଡିଛନ୍ତି ଜୁଆଡିମାନେ । ରାୟଗଡା ସହରର ବିଭିନ୍ନ ସାହିର ଅନ୍ଧାର ଗଳିରେ ଲୁଚିଛପି ଜୁଆ ଆଡ୍ଡା ଚଳାଇଛନ୍ତି ଜୁଆଡିମାନେ । ଏପରି ଏକ ଜୁଆଆଡ୍ଡା ଉପରେ ଚଢାଉ କରି ୮ଜଣ ଜୁଆଡିଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ଜଣାପଡିଛି । ଏ ନେଇ ରାୟଗଡା ଥାନା ଅଧିକାରୀ କୃଷ୍ଣଚନ୍ଦ୍ର ଭତ୍ରାଙ୍କ ଠାରୁ ମିଳିଥିବା ସୂଚନା ପ୍ରକାରେ ଗତ ଶୁକ୍ରବାର ରାତ୍ର ସାଢେ ୮ଟା ସମୟରେ ସହରର ଭବାନୀ ସାହି ଠାରେ ଜୁଆ ଖେଳ ଚାଲିଥିବା ନେଇ କିଛି ବିଶେଷ ସୂତ୍ରରୁ ଖବର ପାଇଥିଲେ । ଏହାପରେ ଆଇଆଇସି ଶ୍ରୀ ଭତ୍ରାଙ୍କ ନିର୍ଦ୍ଦେଶ କ୍ରମେ ଥାନାର ସବ୍ ଇନ୍ସପେକ୍ଟର ସୋମ୍ୟ ରଂଜନ ପତିଙ୍କ ସହ ଏକ ଟିମ୍ ଏହି ଜୁଆଆଡ୍ଡା ଉପରେ ଚଢାଉ କରି ଘଟଣାସ୍ଥଳରୁ ୮ଜଣ ଜୁଆଡିଙ୍କୁ ଗିରଫ କରିବା ସହ ନଗଦ ୨୭ହଜାର ୭ଶହ ଟଙ୍କା,୧୦୪ଗୋଟି ତାସ୍ ପ୍ୟାକେଟ୍, ଗୋଟିଏ ବ୍ୟାଗ, ୪ଟି କ୍ୟାଣ୍ଡଲ ଓ ୬ଟି ମୋବାଇଲ ଜବତ କରାଯାଇଥିଲା । ଗିରଫ ଜୁଆଡି ମାନେ ହେଲେ ଭବାନୀ ସାହିର ବି.ଗୈାରୀ ଶଙ୍କର, ଏସ.ଗୈାରୀ ନାଇଡୁ, ବ୍ରାହ୍ମଣ ସାହିର ସରୋଜ କୁମାର ଗଉଡ, ମେନ୍ ରୋଡର ଆଇ.ମାଧବ ରାଓ, କସ୍ତୁରୀନଗର ୯ମ ଲାଇନର ଟି.ନାଗରାଜୁ, ମାଝିଗୈାରୀ ମନ୍ଦିର ନିକଟସ୍ଥ ରେଳବାଇ କ୍ୱାଟର୍ସ କଲୋନୀର ଏ.ଗୈାର ଶଙ୍କର ରାଓ,ପିଟିଲା ସାହିର ପି.ନାଗେଶ୍ୱର ରାଓ ଓ କେ.ଚନ୍ଦ୍ର ଶେଖର ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି । ଏ ନେଇ ରାୟଗଡା ଥାନାରେ କେସ ନମ୍ବର ୪୯/୧/୩/୧୯/ୟୁଏସ-୩ ଓପିଜି ଏକ୍ଟ ଧାରାରେ ମାମଲା ରୁଜୁ କରାଯାଇ ଜୁଆଡିମାନଙ୍କୁ ଗିରଫ କରାଯାଇଥିବା ଜଣାପଡିଛି । ରାୟଗଡା ଥାନା ସବ୍ ଇନ୍ସପେକ୍ଟର ତସୱାର ଅଲ୍ଳି ଖାଁ,ମାନଓ କୁମାର ସାହୁ,ହାବିଲଦାର ଆର.ସିଏଚ.ତ୍ରିପାଠୀ,ଏସ.ରଏ,ଏସ.ଉଲ୍ଳାକା,ଏମ.ବାଗ ଓ ଓ ଆଇ.ମାର୍ଥା ପ୍ରମୁଖ ଏହି ଚଢାଉରେ ସାମିଲ ହୋଇଥିଲେ ।