ପାଟନା,୩/୩ : ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ଲାଲୁ – ରାବଡିଙ୍କ ପୁତ୍ର ତେଜସ୍ବୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ୍ କରି ଏକ ଟୁଇଟ୍ କରି କହିଛନ୍ତି ଯେ, ବିହାରର ସେଲଟର ହୋମ୍ ରେ ୩୪ ଜଣେ ବାଳିକାଙ୍କ ପ୍ରତି ବଳାତ୍କାର ଘଟଣାରେ ବିଜେପି ମନ୍ତ୍ରୀ ଜଡିତ ଅଛନ୍ତି । ଏନେଇ ରାଜ୍ୟ ସରକାର କୌଣସି ପଦକ୍ଷେପ ଗ୍ରହଣ ନ କରି ଚୁପଚାପ ହୋଇ ବସିବା ଅତ୍ୟନ୍ତ ପରିତାପର ବିଷୟ । ଏବେ ମୋଦି କେଉଁ ମୁହଁ ନେଇ ବିହାର ଆସିଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି । ଏଠାରେ ସୂଚନାଯୋଗ୍ୟ ଯେ ଆଜି (ରବିବାର) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିର୍ବାଚନ ପ୍ରଚାର ପାଇଁ ବିହାର ଆସିଥିଲେ । ଏନେଇ ମୋଦୀଙ୍କୁ ଟାର୍ଗେଟ କରି ଏକଥା ପ୍ରକାଶ କରିଛନ୍ତି ତେଜସ୍ବୀ ଯାଦବ ।
For latest news & views update
Click on bell button and subscribe to notifications.
Like us on facebook 👇
Subscribe us on youtube 👇